STORYMIRROR

Samar Ballav Bhoi

Tragedy Inspirational

4  

Samar Ballav Bhoi

Tragedy Inspirational

କୋଣାର୍କ  ଓ ଧରମା

କୋଣାର୍କ  ଓ ଧରମା

1 min
238


ଓଡ଼ିଆ ଜାତିର ଗର୍ବ ଗୌରବ ମୂକସାକ୍ଷୀ 

ସିଏ ତ କୋଣାର୍କର ସୂର୍ଯ୍ୟମନ୍ଦିର

ବାରଶହ ବଢେଇଙ୍କ ନିହାଣ ମୂନରେ 

ଗଢିଲେ ସପ୍ତାଶ୍ଚର୍ଯ୍ୟର ଜୀବନ୍ତ ମନ୍ଦିର।। 


ଲାଙ୍ଗୁଳା ନରସିଂହ ଦେବଙ୍କ ଆଦେଶେ

ସୁନ୍ଦର କୀର୍ତ୍ତିର ମନ୍ଦିର ହୋଇଲା ଗଢା

କେତେ କାରୁକାର୍ଯ୍ୟ ପ୍ରସ୍ତର ମୂର୍ତ୍ତୀର 

ସୁଶୋଭିତ ଚମକୁଛିରେ ମନ୍ଦିର ବେଢ଼ା।।


ଅପୂର୍ବ ସୌନ୍ଦର୍ଯ୍ୟର କାରୁକାର୍ଯ୍ୟ କରି

ନିର୍ମିତ ହେଲା କୋଣାର୍କର ମନ୍ଦିର

ମନ୍ଦିରର ଚୂଡା ମାରିବା ପାଇଁ କି 

ଭାଳେଣି ପଡିଲା ବଢେଇ ସଭିଙ୍କର ।।


ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର କାର୍ଯ୍ୟଟି

ସମ୍ପୂର୍ଣ୍ଣ ନ ହେଲେ ଶିର ତ ହେବ ଛେଦ

ବିଶୁ ମହାରଣାଙ୍କ ମୁଣ୍ଡେ ଭାଳେଣି ପଡିଲା

ମୁଣ୍ଡ ହାତେ ଦେଇ ଗଣୁଥିଲେ ସିଏ ପରମାଦ।।

 

ବାରଶହ ବଢେଇଙ୍କ ମୁଣ୍ଡ କାଟ ହେବ ଜାଣି   

ବାର ବରଷର ଧରମା ମନେ ଚିନ୍ତା ବଢ଼ିଲା 

ମନ୍ଦିର ଚୂଡା ବସାଇବା ପାଇଁ ତତ୍ପର ହୋଇ

ସକାଳ ପୂର୍ବରୁ ମନ୍ଦିରର ଚୂଡା ମାରିଲା।।

        

ବାରଶହ ବଢେଇ ଜୀବନ ରକ୍ଷା ପାଇଲେ 

ଇତିହାସ ହେଲା ଧରମାର କର୍ମ ରଚନା       

ଆଜି କୋଣାର୍କ ମୁକସାକ୍ଷୀ ହୋଇ ରହିଛି

ମନେ ପକାଉଛି ଧରମାର ସ୍ମୃତି ଆଇନା।।


ଜୀବନ୍ତ ନର୍ତ୍ତକୀ ସ୍ତବଦ ହୋଇଲେ ଏଠାରେ

ଘୁଙ୍ଗୁର ପାଦରୁ ଦେଲେ ସେ ଖୋଲି 

ପଥର ଦେହରେ ସ୍ଥିତି ହଜିଗଲା ସଭିଙ୍କର

ନିହାଣ ପରଶ ସବୁ ଚାଲି ଗଲେ ଭୁଲି ।।


             


రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy