STORYMIRROR

Sunanda Mohanty

Abstract Romance Classics

3  

Sunanda Mohanty

Abstract Romance Classics

କୋଣାର୍କ କଣ ପ୍ରେମ ର ସ୍ମାରକୀ ନୁହେଁ?

କୋଣାର୍କ କଣ ପ୍ରେମ ର ସ୍ମାରକୀ ନୁହେଁ?

1 min
232


ଭଗ୍ନ କୋଣାର୍କେ 

ସ୍ବପ୍ନ ଅନେକ 

ଦେଖିଥିଲା କେବେ କିଏ 

ମଗ୍ନ ବିଧୁରା ଅଳସୀ ଆଖିରେ 

ନର୍ତ୍ତକୀ ଗଢିଲା ଯିଏ 

ସୂର୍ଯ୍ୟ ଦେବତାଙ୍କୁ 

ଆବାହନୀ କରି ସକାଲରେ 

ସ୍ୱାଗତ ସଂଗୀତ ଗାଏ ଯିଏ 

କେ ବାଯାଏ ବୀଣା 

କିଏ ଶୃଙ୍ଗାରେ ଜିଣା 

ନୃତ୍ୟ ମଦିରା ପିଏ 

ଭଗ୍ନ କୋଣାର୍କେ ନଗ୍ନ ନର୍ତ୍ତକୀ 

ଆଜି ବି ସେକଥା କହେ 

ନିହାଣ ମୁନରେ 

କେଉଁ ଶିଳ୍ପୀ ର ହସ୍ତେ 

ପରଶେ ସରସ ହୁଏ

ଇଏ କିବା ଶିଳ୍ପୀର ଅଧୁରା ପ୍ରେମ ନୁହେଁ?? 

ସୂର୍ଯ୍ୟ ଦେବତାଙ୍କ ଆବାହନୀ ପାଇଁ 

ଏତେ ସୁନ୍ଦରେ ସଜାଇ ଥାଏ 

ଭଗ୍ନ କୋଣାର୍କ 

ପ୍ରତିଟି ପ୍ରସ୍ତର 

ଆଖିରେ ଲୁହ ଜାଗାଏ 

ଇଏ କିବା 

ଆଜିବି କୋଣାର୍କ 

ସୂର୍ଯ୍ୟ ଦେବତାଙ୍କୁ 

ତା ଆଡ଼େ ବାଟ କଢ଼ାଇ ନିଏ 

ସୂର୍ଯ୍ୟଙ୍କ କିରଣେ 

ପ୍ରତିଟି ଶିଳ୍ପ ସୌନ୍ଦର୍ଯ୍ୟ ରେ 

ପରଦେଶୀ ମନ୍ତ୍ରମୁଗ୍ଧ ହୁଏ 

ନହୋଇ ରହିଛି ଅବା କିଏ????? 

ଇଏ କିବା ଶିଳ୍ପୀ ର ଐଶ୍ବର୍ଗିକ ପ୍ରେମ ନୁହେଁ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract