Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samita Swain

Inspirational Children

4  

Samita Swain

Inspirational Children

କୋମଳ କଳିକା

କୋମଳ କଳିକା

1 min
238


ଆସରେ କୁନା ଆସରେ ମୁନା

ହୋଇବା ଆମେ ମିତ

ଏକତା ମନ୍ତ୍ରେ ସଭିଙ୍କୁ ବାନ୍ଧି

ଗାଇବା ଖୁସି ଗୀତ ।। ୧


ଭେଦଭାବକୁ ପାଶୋରି ଦେଇ

ହାତକୁ କରି ଶକ୍ତ 

ଅହିଂସା ମନ୍ତ୍ର ଆଚରି ଆମେ 

ହୋଇବା ଦେଶ ଭକ୍ତ।।୨


ସତ୍ୟ ଧର୍ମ କୁ ପ୍ରତିଷ୍ଠା କରି

ବିଜ୍ଞାନ ଶକ୍ତି ବଳେ

ଦୂରେଇ ଦେବା ଅନ୍ଧବିଶ୍ଵାସ

ଶିକ୍ଷା ଜ୍ଞାନର ହେଳେ। ୩


କହିବା ସଦା ସତ୍ୟ ବଚନ

ହୋଇବା ଯୁକ୍ତିବାଦୀ

ପଙ୍କରୁ ଆମେ ଫୁଟିବା ପଦ୍ମ

ଅଥଳ ଜଳ ଭେଦି।। ୪


ଅହଂଭାବର ପ୍ରାଚୀର ସବୁ

ଆମେ ତ ଦେବା ଭାଙ୍ଗି

ଦେଶ ମାଟିରେ ସୁନା ଫଳାଇ

ପର୍ବତ ଯିବା ଲଙ୍ଘି।। ୫


ଆମେ ତ ସବୁ କୋମଳ କଳି

ଫୁଟିବା ଫୁଲ ହୋଇ 

ସୁରଭି ଆମ ସଂଚରି ଯିବ 

ସବୁରି ମନ ମୋହି।। ୬


ସପନ ଫୁଲ ଫୁଟାଇ ଦେବା 

ଆମେ ଭଳିକି ଭଳି

ଜୋଛନା ପରି ସାରା ସଂସାରେ

ଯିବାତ ଆମେ ଖେଳି।। ୭

    ******


  

    


Rate this content
Log in

Similar oriya poem from Inspirational