STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

କୋଳାହଳରେ

କୋଳାହଳରେ

1 min
793

ତୁ ସାଥିରେ ଥିଲେ ଚାରିପଟର କୋଳାହଳ ନିସ୍ତବ୍ଧ 

ତୋ ପ୍ରେମରେ  

ତୁ ପାଖରେ ନ ଥିଲେ ବି

ସେଇ ଏକା କଥା 

ମୋ ଲୁହରେ ..... 


ତୋତେ ନେଇ 'ଅପେକ୍ଷା' ଟେ

 କୋଳାହଳ କରୁଥାଏ ମନର ଚଉହଦିରେ 

ପୃଥିବୀ ହଜିଯାଏ  

ତୁ ଫେରିଆସିଲେ ତୋ ଆଖିର ଦରିଆରେ 

ଭାସୁଥାଏ ମୁଁ 

ଓଲଟ ଆକାଶର ଛାତିରେ 

ଇନ୍ଦ୍ରଧନୁକୁ ଅଣଦେଖା କରି ।


ତୁ ଆସୁନା  

ଡେରୀ କରୁ  

ପ୍ରତିଥର...

ଏଇ ଡେରୀର ଶବ୍ଦ ଦୁର୍ବୋଧ୍ୟ ହୁଏ

ବଢୁଥାଏ କୋଳାହଳ 

ଚାହିଁ ଦେଲେ ଆଇନା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational