STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Thriller

3  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Thriller

କୋକୁଆ

କୋକୁଆ

1 min
395

ମାଳିକା ବର୍ଣ୍ଣିତ କୋକୁଆ କି ସତେ 

ଧରାରେ ଜନମ ନେଲା !

ସାରା ବିଶ୍ୱ ଆଜି ଭୟରେ କମ୍ପୁଛି

ମାଳିକା କି ସତ ହେଲା !!୧


କାଳ୍ପନିକ ସେହି କୋକୁଆ ଜୀବଟି

ବୁଲିଲାଣି ଦେଶ ଦେଶ ।

ଜନ ସମାଜରେ ମୃତ୍ୟୁ ବିଭୀଷିକା

ମନକୁ କଲାଣି ଗ୍ରାସ ।।୨


କଳି ଶେଷ ହେବ ସତ୍ୟ କି ଆସିବ

ପାପର ହୋଇବ ନାଶ !

ବିଜ୍ଞାନୀ ମାନବ ଅହଙ୍କାର ହତେ

ଶାନ୍ତ ହେବ ପରିବେଶ !!୩


କୋରନା ନାମରେ କୋକୁଆ ସତରେ

ଚେତନା ବାରତା ନେଇ ।

ବିଶ୍ୱ ଜନତାଙ୍କୁ ଚେତାବନୀ ଦେଇ

କାନେ କାନେ ଯାଏ କହି ।।୪


ସୁଧୁରୀ ଯାଅ ହେ ସ୍ୱାର୍ଥାନ୍ଧ ମାନବ

ଆପଣା ସ୍ୱାର୍ଥକୁ ତେଜି ।

ଜୀବେ ନିଷ୍ଠୁରତା ଜୀବଜନ୍ତୁ ହତ୍ୟା 

କର ନାହିଁ ସାଜି ପାଜି ।।୫


ପରିବେଶ  ନଷ୍ଟ  ଜଗତକୁ କଷ୍ଟ

ପ୍ରଦୂଷଣ ବୃଦ୍ଧି କରି ।

ବଞ୍ଚିବା ଆଳରେ ଖାଅ ନାହିଁ କେବେ

କୀଟ ପତଙ୍ଗକୁ ମାରି ।।୬


ସୃଷ୍ଟିର ନିୟମ କଲେ ଉଲଂଘନ 

ସ ନ୍ତୁ ଳ ନ ବି ଗି ଡି ବ ।

ପ୍ରକୃତି ମାତାଟି ଭୟଙ୍କରୀ ହୋଇ

କୋକୁଆଙ୍କୁ ଜନ୍ମ ଦେବ ।।୭


କୋରନାରୁ ବଳି ବହୁ ଶକ୍ତିଶାଳୀ

କୋକୁଆ ଆସିଲେ ମାଡି ।

ସୃଷ୍ଟିରେ  ବିଚିତ୍ର ମାନବ ସମାଜ

ନାଶ ହେବେ ବଳି ପଡି ।।୮


ବେଳ ଥାଉ ଥାଉ ସତର୍କ ସୂଚନା

କୋରନା ବିଶ୍ୱକୁ ଦେଇ ।

ମାଳିକା ବର୍ଣ୍ଣିତ କଳ୍ପିତ କୋକୁଆ 

ଦେଉଛି ମନେ ପକାଇ ।।୯


Rate this content
Log in

Similar oriya poem from Thriller