STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

କୋଇଲୀ ତୁ ଗାଇଯା...

କୋଇଲୀ ତୁ ଗାଇଯା...

1 min
143

କୋଇଲୀ ତୁ ଗାଇଯା... ଫୁଲ ବନେ ନାଚିଯା

ମୋ ପ୍ରିୟା ସାଥିରେ ଆଜି ହେଇଚିରେ ପ୍ରେମ

ଫଗୁଣ ମୋ ଦେହେ ରଙ୍ଗ ଭରିଯା

କୋଇଲୀ ତୁ ଗାଇଯା

ମଧୁର ପବନ ଏଠି ଆସୁଛିରେ ବୋହି

ମୋ କାନରେ କିଛି କଥା ଯାଉଛିରେ କହି, 

ପାହାଡ଼ୀ ଝରଣା ପରି ମନକୁ ମୋହୁଛି 

ଅମାନିଆ ନଦୀ ହୋଇ ସାଗରେ ମିଶୁଛି, 

ସେ ମୋ ପହିଲି ପ୍ରୀତି ମୁଁ ତା ଜୀବନ ଗୀତି 

କେମିତି ପ୍ରେମ କାହାଣୀ ଥରେ ଶୁଣିଯା

କୋଇଲୀ ତୁ ଗାଇଯା

ମନର ମନ୍ଦିରେ ତାକୁ ରଖିଛି ସାଇତି

ପଲକରେ ଦେଖୁଥାଏ ତା ଛବିକୁ ନିତୀ,

ହୃଦୟ ଦୁଆର ଖୋଲି ଚାହେଁ ଦିନରାତି

ନାଲି ପାଟ ପିନ୍ଧି ଯେବେ ହେବ ଭାଗ୍ୟବତୀ, 

ସେଦିନ କେବେ ଆସିବ ମୋ ଘର ପୁରୀ ଉଠିବ

ଚୁପି ଚୁପି ଥରେ ଆସି ମୋତେ କହିଯା

କୋଇଲୀ ତୁ ଗାଇଯା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract