STORYMIRROR

Krushnapriya Mohapatra

Inspirational

4  

Krushnapriya Mohapatra

Inspirational

କୋଭିଡ୍ ର ଯୋଦ୍ଧା

କୋଭିଡ୍ ର ଯୋଦ୍ଧା

1 min
392

ମହାସଂଗ୍ରାମ ର ସେନାପତି ସାଜି

ଜୀବନକୁ ତାଙ୍କ ଲଗାନ୍ତି ଯେ ବାଜି

ଶତ୍ରୁ କୁ ସମ୍ମୁଖେ ଦେଖି ଭୟ ନାହିଁ

ଯୁଦ୍ଧ କରୁ ଥାନ୍ତି ନିର୍ବିକାର ହୋଇ।


ସେବାକ୍ଷେତ୍ରେ ବୀର ସୈନିକ ଭାବରେ

ଲଢୁଛନ୍ତି ଦେଶ ଜନତା ହିତରେ।

ଡାକ୍ତର, ସେବିକାଗଣ ମହାନତା

ଭୁଲିବାନି କେବେ ତାଙ୍କ ବଦାନ୍ୟତା।


ଯତ୍ନଶୀଳ ଆମ ଦେଶର ସିପାହୀ 

ଧୈର୍ଯ୍ୟବନ୍ତ ପୁଣି ନିର୍ଭୀକ ସେ ହୋଇ।

କରନ୍ତି କର୍ତ୍ତବ୍ୟ ଭୁଲି ନିଜ ଘର

ଜନତା ଅଟନ୍ତି ତାଙ୍କ ପରିବାର।


ସ୍ୱଚ୍ଛ ଏ ଭାରତ ଗଠନରେ ବ୍ରତୀ

ନିୟୋଜିତ ହୋଇଛନ୍ତି ଦିନରାତି

ସଫେଇ କରନ୍ତି ଯେତେ କର୍ମଚାରୀ

ଆମେରେ ତାଙ୍କର ସର୍ବଦା ଆଭାରୀ


ଚତୁର୍ଥସ୍ତମ୍ଭର ଦାଇତ୍ଵ ବହନ୍ତି

ଦେଶର ହିତରେ ନିଜକୁ ସମର୍ପି

ନିର୍ଭୀକ ଚିତ୍ତରେ ସମାଚାର ଦେଇ

ଅପ୍ରତ୍ୟେକ୍ଷେ ଲଢେ଼ ଦେଶହିତ ପାଇଁ


କୋଭିଡ଼ 19ଶତ୍ରୁ ସହ ଲଢ଼ି

ବଞ୍ଚିବେ ନିଶ୍ଚିନ୍ତ ଯୋଦ୍ଧା ଯେ ଆମରି

ଜୀବନ ଲଢ଼ୁଛି ରୋଗ ଯେ ବଇରୀ

ସମର ଶେଷରେ ହଟାଇ ଅଇରୀ


ସମସ୍ତ ଯୋଦ୍ଧାଙ୍କ ନିକଟରେ ଋଣି

ମହାନତା ତାଙ୍କ କଳି ପାରିବାନି 

ଜନତା ଙ୍କ ହିତେ ତାଙ୍କ ବଳିଦାନ

କରିବା ତାଙ୍କର ଜୟ ଜୟ ଗାନ।


ମହାମାରୀ ଭୟେ ଦେଶର ଜନତା

ରୁହନ୍ତି ଗୃହରେ କରି ନିଜ ଚିନ୍ତା।

ତ୍ୟାଗ କରିଛନ୍ତି ଯିଏ ଘରଦ୍ୱାର,

ପ୍ରଣିପାତ କରୁ ହୋଇ ନତଶିର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational