Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Abstract

4.0  

BISWESWAR MAJHI

Abstract

କୋଭିଡ ବେଳରେ ସମ୍ପର୍କ

କୋଭିଡ ବେଳରେ ସମ୍ପର୍କ

2 mins
254



ଉନେଇଶ ସାଲ ଶେଷ ଦିବସରେ ଚାଇନା କଲା ପ୍ରକାଶ

ସେ ଦେଶରେ ଧରା ପଡିଛି କରୋନା ନାମରେ ଗୋଟେ ଭାଇରସ ।

ବିଶ୍ୱକର୍ମା ପୁର ୟୁହାନ ସହର ତାହାର ଜନମ ସ୍ଥଳ

ଯୋଗାଯୋଗ କଲେ ବିଛିନ୍ନ ସେଠାକୁ ପୃଥ୍ବୀ ହେଲା ହୁଲସ୍ଥୁଲ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାମ ଦେଲା କୋଭିଡ୍-୧୯ ବୋଲି

ଉପଚାର ନାହିଁ ପ୍ରତିଷେଧକ ବି ତା ପାଇଁ ଏକ ପ୍ରହେଳି !

ବିଦେଶୁ ଆଗତ ନାଗରିକ ଯେବେ ଫେରିଲେ ଆପଣା ଦେଶେ

କରୋନା ଭୂତାଣୁ ଭ୍ରମିଲା ସାଥିରେ ଭରି ଦୁଇ ଶତ ଦେଶେ ।

ଇରାନ ଇଟାଲି ଫ୍ରାନ୍ସ୍ ସ୍ପେନ୍ ସହ ଆମେରିକା ହାହାକାର

ହଜାର ସଂଖ୍ୟାରେ ମରଣ ବରନ୍ତି ହତଭମ୍ବ ସରକାର ।

ସଚେତନ ହେଲା ଭାରତ ମାର୍ଚ୍ଚରେ ଯାତ୍ରୀ ପାଇଁ କଟକଣା

ବିଦେଶାଗତଙ୍କୁ ଅବରୁଦ୍ଧ କଲେ ସନ୍ଦିଗ୍ଧ ବୋଲି ଠିକଣା ।

ମୃତ୍ୟୁର ପଦଧ୍ୱନି ଗୁଞ୍ଜରିତ ଜନବହୁଳ ଏ ଦେଶେ

ଟ୍ରେନ ବସ୍ ସେବା ଉଡାଜାହାଜକୁ ବାତିଲ କଲେ ନିର୍ଦ୍ଦେଶେ ।

ବାଇଶି ମାର୍ଚ୍ଚରେ ଜନତା କର୍ଫ୍ୟୁ ଲକଡାଉନ୍ ସଟଡାଉନ୍ 

ପାରା ବଢିଚାଲେ ଉପର ଉପର ପିନ୍ଧିଛି ସତେ ବା କ୍ରାଉନ୍!

ଦ୍ୱିତୀୟ ସ୍ତରରେ ପହଞ୍ଚିଲା ଯେବେ କରୋନାର ସଙ୍କ୍ରମଣ

ଅସ୍ଥିର ହୋଇଲେ କେନ୍ଦ୍ର ସରକାର ଚବିଶ ମାର୍ଚ୍ଚର ଦିନ ।

ଏକୋଇଶ ଦିନ ପାଇଁ ଗୃହବନ୍ଦୀ ରହିବାକୁ ପରାମର୍ଶ 

ଚଉଦ ଅପ୍ରେଲ ପର୍ଯ୍ୟନ୍ତ ଅବଧି ହୁଅନ୍ତା କି କେହି ହର୍ଷ !

କଳ କାରଖାନା ବ୍ୟବସାୟ ଯେତେ ଅତି ଆବଶ୍ୟକ ଛାଡି

କରୋନା ମାଡରେ ପଡିଲେ ସଭିଏଁ ଭୂମିପରେ ମୁହଁ ମାଡି ।

ଡାକ୍ତର ସହିତ ପାରାମେଡିକାଲ କରୋନାକୁ ଠେଲି ଧରି

ଗତିପଥ ତା'ର ରୋଧନ୍ତି ଦୃଢରେ ଜୀବନକୁ ପାଣି କରି। 

ପୁଲିସ ଜଗିଛି ଘରୁ ବାହାରିଲେ କରୋନା ପଶି ଆସିବ

ଚବିଶ ଘଣ୍ଟିଆ ପ୍ରହରା ଦେଉଛି ଜନତା କାହିଁ ବୁଝିବ !

ଇଲେକଟ୍ରିକ୍ ପାଣି ସଉଦା ପରିବା ଔଷଧ ସଫେଇ ବାଲା

ବ୍ୟାଙ୍କର୍ ଏସବୁ ଅତ୍ୟାବଶ୍ୟକୀୟ ସାଥିରେ ସମ୍ବାଦ ବାଲା ।

ସେବା ଯୋଗାଇବା ପାଇଁ ଜୀବନକୁ ବାଜି ଲଗାଇ ବାପୁଡା

ସଙ୍କ୍ରମଣ ତାଙ୍କୁ ଦେବା ନାହିଁ ଏଥିପାଇଁ ସତର୍କତା ଲୋଡା।

ଅତି ଆବଶ୍ୟକ ନପଡିଲେ ଘରୁ ଗୋଡ ନକାଢି ପଦାକୁ

କରୋନାକୁ ଦେବା ନାହିଁ ନିମନ୍ତ୍ରଣ ବଞ୍ଚାଇବା ସମାଜକୁ ।

ମୋଦି ସାଇଁ କଲେ ଜଗତ କଲ୍ୟାଣ ପାଇଁ ଏକ ଆବେଦନ

ପାଞ୍ଚ ଅପ୍ରେଲର ନଅଟା ରାତିରେ କରିବାକୁ ଦୀପଦାନ।

ଏକୋଇଶ ସାଲ ଦ୍ୱିତୀୟ ପାଳିରେ ଟ୍ରିପଲ୍ ମ୍ୟୁଟାଣ୍ଟ ଧରି

ଭାରତକୁ ଆକ୍ରମଣ କଲା ବେଗେ ତୀବ୍ର ଆକ୍ରମଣ ଜାରି।

ତହିଁକି ଚାଲିଛି ନିର୍ବାଚନ ରାଜ୍ୟେ ମାସାଧିକ କାଳ ଭିଡ

ହରିଦ୍ୱାର କୁମ୍ଭମେଳା ପରିସ୍ଥିତି କରିଦେଲା ଜଡସଡ।

ପାଚିଲା ଥାଉ ସେ କଞ୍ଚାକୁ ଗୋଟେଇ ନେଉଛି ଟୋକେଇ ଧରି

ବଙ୍କର ଭିତରେ ପଶି ରହିବାକୁ କହୁଛି ବା ହାତ ଠାରି।

ସାମାଜିକ ଦୂରତାର ସଚେତନ ନାଗରିକ ଯଦି ହେବେ

ବିନା କାରଣରେ ଘରୁ ନବାହାରି ନିରବ ବ୍ରତ ପାଳିବେ।

ଆହୁରି କ୍ରମାଙ୍କ ଅଛି କରୋନାର ଧିରେ ଧିରେ ପ୍ରକାଶିବ

ଘରେ ରହି ନଡାକିଲେ ଭାଇରସ୍ ପବନେ ମିଳାଇ ଯିବ।


Rate this content
Log in