କୋଭିଡ୍ -୧୯
କୋଭିଡ୍ -୧୯


ଯାଆ ରେ କରୋନା ଯାଆ ରେ ଯା,
ଭୟଭୀତ ଆଜି ସାରା ଦୁନିଆ ।
ଜନମ ତୋର ଉହାନ ସହର,
ଚୀନ୍ ପ୍ରାନ୍ତରେ ଆମିଷ ବଜାର।
ଚୀନ୍ ରୁ ଆସି ବିଶ୍ୱକୁ ଘାରିଲୁ,
ପୂର୍ବରୁ ପଶ୍ଚିମେ ସବୁଠି ବ୍ଯାପିଲୁ।
ପିଲାଠୁ ବୁଢା ସଭିଏଁ ପୀଡିତ,
ଏରୋଗ ଅଟେ ଭୂତାଣୁ ଜନିତ ।
ସାମାଜିକ ଦୂରତ୍ବ ଆମେ ମାନିବା,
ଭିଡଭାଡ ଠାରୁ ଦୂରେଇ ରହିବା।
ମୁହଁ ଓ ନାକ ଘୋଡାଇ ରଖିବା,
ସାବୁନ ରେ ହାତକୁ ଧୋଇବା।
ରୋଗୀ କୁ ଜରୁରୀ ଏକାନ୍ତ ବାସ,
ନମାନିଲେ ହୋଇବ ସର୍ବନାଶ।
ଏକଜୁଟ ହୋଇ ଲଢିବା ଆସ,
ମହାମାରୀ ହେବ ସମୂଳେ ନାଶ।
ନୁହେଁ ଉଦ୍ଭିଦ ସେ ନୁହେଁ ସେ ପ୍ରାଣୀ
ଡରନ୍ତି ସଭିଏଁ ତା ନାମ ଶୁଣି।
କାଳ ରୂପରେ ସେ ଆସିଛି ଭାଇ,
ମାନବ ଜାତିକୁ ନାଶିବା ପାଇଁ ।
ଅନୁଶାସନ ରେ ଯିଏ ରହିବ
ତା ଦାଉରୁ ସିଏ ରକ୍ଷା ପାଇବ।
ନିତି ନିୟମ ଯେ ମାନି ଚଳଇ
କରୋନା ଭୟ ତା' ମନେ ନଥାଇ।