STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

କନ୍ୟା

କନ୍ୟା

1 min
87

ମୁଁ ସତୀ, ମୁଁ ସାବିତ୍ରୀ, ମୁଁ ମହାଦେବୀ ଜଗଧାତ୍ରୀ

କନ୍ୟା ମୁଁ, ମୋ ଶୈଶବେ ମୁଁ, ବିଶ୍ଵରୁପା ଦେବୀ

ଜନ୍ମନିଏ ମାତୃଗର୍ଭୁ, ହୋମାଗ୍ନି ରୁ, ଧରିତ୍ରୀ କୋଳରୁ

ଜନ୍ମ ନିଏ କେବେକେବେ କନ୍ୟା ରୁପେ ଶୂନ୍ୟ ରୁ


ବୈଭବ ପ୍ରଦାୟିନୀ, ବରେଣ୍ୟା କନ୍ୟା, ସତରୂପା ମୁଁ

ଜନ୍ମ ନିଏ ଏଇ ଧରାକୋଳେ କନ୍ୟା ରୁପରେ

ଭଗ୍ନୀ ରୁପା ପୁଣି କା ପ୍ରେୟସୀ ଯୈ।ବନେ ମୁଁ

ମାତୃ ରୂପେ ପୂଣ୍ୟଗର୍ଭା ସର୍ଜନା ର ମୁଁ ଛବିଟିଏ


ରତ୍ନ ମୋର ଆଭୁଷଣ ମୁଁ ନୁହଁଇ ରତ୍ନ

ଅପରୂପା ଦୁର୍ମୁଲ୍ୟ ପ୍ରତିମା ଜୀବନ୍ତ କଣ୍ଢେଇ

ହୀରା,ଲୀଳା,ମଣି,ମୁକ୍ତା,ରତ୍ନମୟ ହାର ବିଶୋଭିତା

ଅପରୂପା ହିରଣ୍ମୟୀ ବିଶ୍ଵ ବନ୍ଦିତା ମୁଁ ପରା ବନିତା


ବସ୍ତୁସହ ତୁଳନା ମୁଁ ନୁହେଁ ନୁହେଁ କେଉଁ ରତ୍ନ ଅବା ମୋତି

ବିଜୁଳି ମୁଁ, ମୁଁ ପୁଣି ଢଳଢଳ ଅନନ୍ତ ସୃଜନର ଜ୍ୟୋତି

ମୋ ବିହୁନେ ଅନ୍ଧାର ଘୋଟିଯିବ ଏ ସଚରାଚର

ଅପବ୍ୟବହାରେ ଜଳିଯିବ ଜଳିଯିବ ଏ ସାରା ସଂସାର


ମୁଁ କରେ ଆୟୁଷ୍ମାନ ମୁଁ ରଚେ ଏ ସୁନ୍ଦର ଭୁବନ‌

ପ୍ରକୃତି ମୁଁ ବିଶ୍ଵ ବନ୍ଦନୀୟ, ମୁଁ ମହାନ୍, ମୁଁ ଅବର୍ଣ୍ଣନ

ଦେଖ ଦେଖରେ ହୀନ ଅବୋଧ ନକର ହନନ

କନ୍ୟା ବୋଲି ଘୃଣା କିଆଁ, ସେ ଅଗ୍ରଗଣ୍ୟା,ସେ ପ୍ରଣମ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract