STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

କନ୍ୟା ଭୃଣର ପ୍ରାର୍ଥନା

କନ୍ୟା ଭୃଣର ପ୍ରାର୍ଥନା

1 min
145

କ୍ରନ୍ଦନ କରୁଛି ମାତୃଗର୍ଭେ ପ୍ରାଣ

ମାରନା ମାରନା ମୋତେ

ଦୁନିଆଁ ଆଲୋକ ଦେଖିବା ଆଗରୁ

ନିଅଁ ନାହିଁ ପ୍ରାଣ ସତେ

କିବା ଦୋଷ ମୁହିଁ କରିଥିଲି ପୁଣି

ପାଶେ ତୁମ ପିତା ମାତା

କିମ୍ପାଇଁ ପ୍ରାଣ ମୋ କାଢି ନେଉଅଛ

ହୋଇ ମୋ ଜୀବନ ଦାତା

ସଂସାରର ସୁଖ ପାଇବା ଆଗରୁ

ଲିଭାଇ ଦିଅନା ଦୀପ

ମାତା ତୁମେ ପରା ଅଟ ଜଣେ ନାରୀ

ଝିଅ ହେବାଟା କି ପାପ

ନାରୀ ପାଇଁ କେତେ ଡିଣ୍ଡିମ ବାଜୁଛି

ଲେଖା ଯେ କେତେ କବିତା

ମୁଁ ଅଟଇ ଝିଅ ମୁଁ ଅଟଇ ନାରୀ

ନିଷ୍ଠୁର କାଇଁ ବିଧାତା

ଝିଅ ଅଟେ ପରା ଘର ଲକ୍ଷ୍ମୀ ବୋଲି

ହୋଇଛି ଲେଖା ଶାସ୍ତ୍ରରେ

ଝିଅଟିକୁ ପୁଣି ଜନମ ଦେବାକୁ

ପଛ ଘୁଞ୍ଚା ମନ କରେ

ଗର୍ଭରେ ଥାଇ ଯେ ଶପଥ କରୁଛି

ମାତା ତୁମ ପାଶେ ମୁହିଁ

ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଯେ ଯେତେ

ତୁମକୁ ମୁଁ ଦେବି ନାହିଁ

ଦୁନିଆଁର ଯେତେ ସୁଖ ସବୁ ଆଣି

ସମର୍ପି ଦେବି ତୋ ପାଦେ

ପିତାଙ୍କୁ ବୁଝାଇ ନିଅନା ମୋ ପ୍ରାଣ

କହୁଛି ମୁଁ ପଦେ ପଦେ

ତଥାପି ଯଦି ତୋ ମନ ବୁଝେନାହିଁ

କଷ୍ଟ ଜମା କର ନାହିଁ

ବିଭୁ ପାଦତଳେ କରିବି ଗୁହାରି

ପ୍ରାଣ ମୋର ଯିବେ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract