STORYMIRROR

Pranati Mahapatra

Fantasy Others

3  

Pranati Mahapatra

Fantasy Others

କଣ ତୁ କଲୁ

କଣ ତୁ କଲୁ

1 min
222

ଅଚାନକ ଆସିଲା ଆଉ ଚାଲିଗଲା

କିଛି କ୍ଷଣ ସାଥିରେ ରହି,

ରଚିଗଲା ଅଲିଭା, ଅଭୁଲା କାହାଣୀ,

ଦେଇଗଲା ଅନେକ କ୍ଷତାକ୍ତ ପୀଡା,

ନିମନ୍ତ୍ରଣ କି ଆମନ୍ତ୍ରଣ ନ ଥିଲା,

ବୈଦୁତିକ ଗଣମାଧ୍ୟମ

ବୈଜ୍ଞାନିକ ବୁଦ୍ଧିଜୀବୀଙ୍କ 

ଐତିହାସିକ ତଥ୍ୟ ମାଧ୍ୟମରେ

ଜଣାପଡିଥିଲା ତୋ ଆଗମନ ।

ଆସିଲୁ ଆସିଲୁ

କ୍ଷଣପ୍ରଭା ପରି ତଡିଦ୍ ବେଗରେ

ଚାଲିଗଲୁ ବି ସେହିପରି ।

ହେଲେ ହିସାବ କି ରଖିଛୁ

ତୁ ଗଲା ପରେ,

କେମିତି ଅଛି ଏ ଧରଣୀ ।

କ'ଣ କରିଛୁ ତୁ ଏ ଧରଣୀର।

ସୁନ୍ଦର ଧରାକୁ ନାରଖାର କରି 

କି ଯଶ ଲଭିଲୁ

ଚାରିଆଡ଼େ ହାହାକାରମୟ

ଗଛଲତା,ଜୀବଜନ୍ତୁ, କେମିତି

ଦୁଃଖ କଷ୍ଟ ଭୋଗୁଛନ୍ତି,

ଟୋପାଏ ପାଣି ପାଇଁ ଡହଳ ବିକଳ

ହୋଇ ,କେମିତି ଯାତନା ପାଉଛନ୍ତି ।

ପୁରୀ, ଭୁବନେଶ୍ବର, କଟକ,

ଯାଜପୁର, ଭଦ୍ରକ, ବାଲେଶ୍ଵର,

ବାରିପଦା ର ଜନଜୀବନ ଅସ୍ତବ୍ୟସ୍ତ ।

କିଏ ଦେବ ସାନ୍ତ୍ବନା

କେମିତି ଜିଇଁବେ ଜୀବନ

ଆଖି ଫାଡି ଦେଖ୍ ତୁ ।


Rate this content
Log in

Similar oriya poem from Fantasy