କଣ ସତରେ ଭୁଲ ଥିଲା...?
କଣ ସତରେ ଭୁଲ ଥିଲା...?


ଦଶମାସ ପେଟରେ ଧରିବା କଣ..
ମାଆଙ୍କର ଭୁଲ ଥିଲା ?
ନିଜ ସ୍ତନ ଖିର ପିଆଇବା କଣ.
ମାଆଙ୍କର ଭୁଲ ଥିଲା ?
ରାତି ଉଜାଗର ହୋଇବାଟା କଣ..
ମାଆଙ୍କର ଭୁଲ ଥିଲା ?
ନିଜେ ନଖାଇ ଖୁଆଇବା କଣ..
ମାଆଙ୍କର ଭୁଲ ଥିଲା ?
ଅଭାବ ପୂରଣ କରିବାଟା କଣ..
ବାପାଙ୍କର ଭୁଲ ଥିଲା ?
ଦିନ ରାତି ଖଟି ପଢାଇବା କଣ..
ବାପାଙ୍କର ଭୁଲ ଥିଲା ?
ଜୀବନଠୁ ବଡ ଭାବିବାଟା କଣ...
ବାପା ମାଆଙ୍କର ଭୁଲ ଥିଲା ?
ସନ୍ତାନ ଉପରେ ଭରସା ରଖିବା କଣ
ବାପା ମାଆଙ୍କର ଭୁଲ ଥିଲା. ?
ବଡ ସହଜରେ ନିଜର
ସନ୍ତାନ
ଏ ସବୁକୁ ଭୁଲି ଗଲା. ?
ନିଜ ହାତେ ନେଇ ବୃଦ୍ଧାଶ୍ରମରେ
ଛାଡି ଦେଇ ଚାଲି ଗଲା..
ଫେସବୁକୁରେ ପୋଷ୍ଟ କରିଦେଇ
ପିତୃ ମାତୃ ଦିବସ ପାଳିଲା....
ବାପା ମାଆଙ୍କର ଯୋଗ୍ୟ ସନ୍ତାନ ବୋଲି
ପ୍ରମାଣିତ କରିଦେଲା...
ଯେ ଯାହା କରଇ ସେ ତାହା ଭୁଞ୍ଜଇ
ଗୀତାରେ ଲେଖା ହୋଇଛି.
ତୁମେ ଯାହା କର କିଏ ନ ଦେଖିଲେ
ଉପରବାଲା ଦେଖୁଛି.....
ଫିକ୍ସ ଡିପୋଜିଟ୍ ହୋଇ ରହିଛି
ଦୁଇଗୁଣ ହୋଇ ନିଶ୍ଚୟ ଫେରିବ
ଯୁଗେ ଯୁଗେ ସତ ହୋଇଛି.......
ମନ ରଖିଲେ ଭଲ..
ନହେଲେ..ବୃଦ୍ଧକାଳେ ହେବ କଲବଲ..