STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

କନିଆଁ ରତନ

କନିଆଁ ରତନ

1 min
424


ଜୀବଦଶା ମଧ୍ୟେ ସମଗ୍ର ଜଗତେ

ଯା' ମୂଲ୍ୟ ଅଟେ ଅମୂଲ୍ୟ

ସେହି ଏକା ଜାଣ ଅଟେ ରତ୍ନ ତୁଲ୍ୟ

ସର୍ବ ତୁଣ୍ଡେ ଶୁଭେ ଭଲ।

ଅନେକ ସୁଗୁଣ ଭରା ତା'ର ତନ

ସେନେହ ମମତା ଝରା

ଚନ୍ଦନ ସମାନ ଶୀତଳ ପରଶ

ସଭିଙ୍କ ନୟନ ତାରା।

ଯାହା ମହକରେ ଦୁଇଟି କୁଳରେ

ଅଗଣା ଉଠଇ ହସି

ବୈକୁଣ୍ଠ ସମାନ ଅଟେ ସେହି ଘର

ଝରିଯାଏ ସୁଖ ରାଶି।

ଅନେକ ରୁପରେ ମନ ମୋହି ନିଏ

ଗୁଣ ରଖି ସଦା ସ୍ଥିର

ଦୁ୍ଃଖ ସୁଖ ବେନି ଯାଆଁଳା ଭଗିନୀ

ସହଚରୀ ଯେ ତାହାର।

ଯେ ପୁଣି ତୁଳସୀ ପବିତ୍ର ଜାହ୍ନବୀ

ମହାମାୟା ସତୀ ସୀତା

କଳ୍ପନା ଇନ୍ଦିରା ଲକ୍ଷ୍ମୀବାଇ ମୀରା

ଜଗତ ଜୀବଙ୍କ ମାତା।

ଥିଲେ ସେହି ଧନ ସଂସାର ମହାନ

କନିଆଁ ରତନ ନାମ

କର ଆପଣାର ଭୃଣକୁ ନ ମାର

ଭାଗ୍ଯକୁ ନ କର ବାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational