କଙ୍କି ଗୀତ ଗାଏ କଣିରେ ବସି
କଙ୍କି ଗୀତ ଗାଏ କଣିରେ ବସି
କଙ୍କି ଗୀତ ଗାଏ କଣିରେ ବସି,
ପିଲାଏ ଧରନ୍ତି ହୋଇଣ ଖୁସି।
ଧରିନେଲେ ତାକୁ ଲାଗଇ କଷ୍ଟ,
କୋମଳ ପକ୍ଷୀ ତା ହୋଇବ ନଷ୍ଟ ।
ମନଲୋଭା ତା'ର ଦେହର ରଙ୍ଗ,
ଦୃଷ୍ଟି ଆକଷର୍ଣ କରଇ ଆଗ।
ଛୋଟ ବୋଲି ମନେ ନଥାଏ ଦୁଃଖ,
ଖୁସି ମନରେ ସେ ଉଡଇ ଦେଖ।
ଭୂଅଁ ଭୁଅଁ ଶବ୍ଦେ କରଇ ରଡି,
ପାଖକୁ ଗଲେ ତା' ଯାଏ ସେ ଉଡି ।
ଦଳ ବଳ ହୋଇ ଉଡି ବୁଲଇ,
ବର୍ଷା ଆଗମନ ସୂଚାଇ ଥାଇ।
ଟିକି ଡେଣା ପରେ ଅଛି ଭରଷା,
ମେଘ ଛୁଇଁବାକୁ କରଇ ଆଶା।
ପତଙ୍ଗ ଜଗତେ ସ୍ଥାନ ତାହାର,
ପକ୍ଷୀ ଠାରୁ ଊଣା କେଉଁ ଗୁଣର।