STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

କଙ୍କାଳ ହସୁଛି

କଙ୍କାଳ ହସୁଛି

1 min
14K


ଚର୍ମ ଧୁଡୁ ଧୁଡୁ ଦୁର୍ବଳ ଶରୀର ।।

ହାଡ଼ ଖଣ୍ଡେ ଖାଲି ଦିଶୁଛି

ପାକୁଆ ପାଟିରେ ଦାନ୍ତ ନାହିଁ ମୋର

ଆଖି ଦୁଇ ପସିଯାଇଛି,

ମୁଣ୍ଡରେ ମୋହର ଫର ଫର ହୋଇ

ଧଳା ଚୁଟି ଗଁଣ୍ଡେ ଉଡୁଛି

ତଥାପି ମନରେ ଡର ନାହିଁ ମୋର

ଦମ୍ଭରେ ମୁଁ ବଞ୍ଚି ରହିଛି

ମନେ ମନେ ଖାଲି ଭାବୁଛି,,

ପିଲାଙ୍କ ପଛରେ ସବୁ ସାରିଦେଇ

ସର୍ବସାନ୍ତ ହୋଇ ପଡିଛି ||


ସର୍ବେ ଚାଲି ଗଲେ ଯେ ଯାହା ବାଟରେ

ପ୍ରତିବାଦ ମୁଁ ନକରିଛି

ଅତୀତ କଥାକୁ ମନେପକେଇ

ଆଜି ଗୁମୁରି ଗୁମୁରି ଖୋଜୁଛି

ହେଲେ ଏଇକଥା ଟିକେ ଭାବୁଛି

ମୋର ବେଳ କାଳ ସରି ଗଲା ସିନା

ତୁମ ବେଳ କାଳ ଆସୁଛି,

ସମୟ ଆସିବା ସମସ୍ତଙ୍କ ପାଇଁ

ଯୁଗେ ଯୁଗେ ସତ ହେଇଛି

ଏଇକଥା ଟିକୁ ତୁମକୁ ବୁଝାଇ

ଏ କଙ୍କାଳ ଆଜି ହସୁଛି

ଏ କଙ୍କାଳ ଆଜି ହସୁଛି ||


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational