କନ୍ଧମାଳର ସୌନ୍ଦର୍ଯ୍ୟ
କନ୍ଧମାଳର ସୌନ୍ଦର୍ଯ୍ୟ
ଭୋକର ଭୂଗୋଳ ନୁହେଁ କନ୍ଧମାଳ କାକର କୁହୁକ ନଗରୀ,
ଏ ମାଟିରେ ଅଛି ଅମୂଲ୍ୟ ରତ୍ନ ଦେଖ ତା' ବୁକୁ ଚିରି ।
ଆଦିବାସୀ ଗଡ଼ ବୋଲି ତାତ୍ସଲ୍ୟ ବୋଧ ହୁଏ ଅଜ୍ଞାତ,
ମହାନ ଅଟଇ ଯାହାର ପରମ୍ପରା ସଂସ୍କୃତି ବିଶ୍ଵ ବନ୍ଧିତ ।
କନ୍ଧମାଳ ଜିଲ୍ଲା ସୌନ୍ଦର୍ଯ୍ୟ ଶୁଣିଲେ ବ୍ୟକ୍ଷା ବହୁ,
ଖୋଜିଲେ ସ ଶୋଭାବନ ଚାଖି ବାକୁ ତାର ମହୁ ।
ସୌନ୍ଦର୍ଯ୍ୟ ଏହାର ଅତି ରମଣୀୟ ଦେଖିଲେ ପାରିବ ଜାଣି,
ପାହାଡ଼ ପରବତ କେତେ ବନଗିରୀ ହୃଦୟକୁ ନିଏ ଜିଣି ।
ନୀରବ ପ୍ରସର କ୍ଷଣ ଦିବ୍ୟ ଜ୍ୟୋତି ଧରା ,
ନୀରବ ଆକାଶ ଉଡ଼େ ରବି ଶଶୀ ପରା ।
କନ୍ଧମାଳ କୋଳେ ଦାରିଙ୍ଗିବାଡି ଶିଶିର ପ୍ରକୃତିର ବର ଦାନ,
ତା'ର ଅପରୂପ ଶୋଭା ରାଜିତ ଦେଖି ହୁଏ ସ ଧନ୍ୟ ।
ଅଷ୍ଟ ଅଳଙ୍କାର ଦିବ୍ୟ ଦିଶୁଥାଏ କନ୍ଧମାଳ କଳେବର,
ବିଶ୍ଵ ଇତିହାସ ଗୁଞ୍ଜରିତ ହେଉ ତାର ଜୟ ଜୟ ଗାର ।
