STORYMIRROR

Kalandi pal

Inspirational

4  

Kalandi pal

Inspirational

କମଳ

କମଳ

1 min
344


        

କ୍ଷଣିକ କ୍ଷରଣ ସୌନ୍ଦର୍ଯ୍ୟେ ଶୋଭନ

     ସୁସଜ୍ଜିତ ଜଳାଧାରେ

ଭ୍ରମନ୍ତି ଭ୍ରମରେ   ଆନନ୍ଦ ମନରେ

     ମକରନ୍ଦ ପ୍ରୀତି ଭରେ.।।


ସ୍ଥିର ଜଳ ତଳୁ    ଆବର୍ଜନା ସ୍ତରୁ

      ଉଦ୍ଭବ ହୁଏ କମଳ

ଦେବା ଦେବୀଙ୍କର  ପ୍ରିୟ ନିରନ୍ତର

     ଅଳ୍ପାୟୁଷ ପ୍ରାଣ ଯାର.।।


ଚୌଦିଗେ ଚକିତ କରେ ଆପ୍ୟାୟିତ

     ଭଗ୍ନ ମନ ଅବସାଦେ

ସୌନ୍ଦର୍ଯ୍ୟ ମୋହିତ ବରୁଣ ମରୁତ

    ଦୋଳାୟିତ ପ୍ରୀତି ଛନ୍ଦେ.।।


ବ୍ରହ୍ମାଙ୍କ ଆସନ    ଲକ୍ଷ୍ମୀ ପଦ୍ମାସନ

    ଶ୍ରୀ ଭୂଜେ ଶୋହେ କମଳ

କମଳେ କମଳା  ବିଭୂଷିତେ ତୋରା

     କମଳିନୀ ନାମ ଯାର.।।


କମଳ ନୟନ     କମଳ ଆନନ

    କମଳ ଯାର ଚରଣ

ଶ୍ରୀ ଭୁଜେ କମଳ ଶୋହେ ନିରନ୍ତର

    ସେହି ପ୍ରଭୁ ଜନାର୍ଦ୍ଦନ.।।


କାହିଁ କେତେ ଦୁରେ ଚାନ୍ଦ ପ୍ରୀତି ଢ଼ାଳେ

    ପରଶେ ଉଠଇ ଚେଇଁ

ପଙ୍କରୁ ଜନମେ  ଲାଗେ ପୁଣ୍ୟ କାମେ

    ମହତ୍ୱର ସୀମା ନାହିଁ.।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational