STORYMIRROR

Narendra Prasad Behera

Abstract

4  

Narendra Prasad Behera

Abstract

କଲମରେ ଦିଅ ବଳ

କଲମରେ ଦିଅ ବଳ

1 min
144


ଯାହାର କୋଳରେ   ହୋଇ ମୁଁ ଜନମ

     ବଢିଲି ପାଣି ପବନେ

ସେହି ମାଟି ମୋର  ଅଟେ ଜନ୍ମଭୂମି

     ଦେଖୁଛି ଦୁଇ ନୟନେ ।୧।


ଜନ୍ମଭୂମି ଜନ୍ମ   ମାଟିର ମହତ

    ରଖିବି ପଣ କରିଛି

କରିବି ମୁଁ ସେବା  ନହୋଇ ବିମୁଖ

    ମନରେ ଯାହା ଭାବିଛି ।୨।


କେତେ ବୀରପୁତ୍ର  ଜନ୍ମ ହୋଇ ପୁଣି

    ଶହୀଦ ହୋଇଣ ଗଲେ

ଜନ୍ମଭୂମି ମାନ  ବଞ୍ଚାଇବା ପାଇଁ

    ବନ୍ଧୁକ ଆଗରେ ମଲେ ।୩।


ନାହିଁ ମୋ ହାତରେ  ଗୁଳି କି ବନ୍ଧୁକ

       ଧରଛି କଲମ କାଳି

ଲେଖିବି କବିତା   କାଳି ଶେଷଯାଏ

     ଜନ୍ମଭୂମି ନାମ ଭାଳି ।୪।


ହୋଇବି ଆଦର୍ଶ  ରଖିବି ମହତ

   ଜନ୍ମଭୂମି ହେବ ସୁନା 

ସୁନାର ଭାରତେ  ସଵୁକିଛି ଅଛି

   କରିବେନି କେହି ମନା। ।୫।


ଭାରିକଷ୍ଟ ପାଏ   ଜନ୍ମ ଭୂମି ମୋର

    ପାଏନାହିଁ ଥଳକୂଳ

କରୁଛି ପ୍ରାର୍ଥନା   ଆହେ ଜଗନ୍ନାଥ

    କଲମରେ ଦିଅ ବଳ ।୬।


 କବିତା ମାଧ୍ୟମେ  ସମସ୍ତଙ୍କୁ ଦେବି

     ସୁନ୍ଦର ସଦୁପଦେଶ

ଖୁସିହେବେ ଶୁଣି  ଏଦେଶ ଜନତା

    ଆନନ୍ଦେ ଗଢିବେ ଦେଶ ।୭।


ଜନ୍ମଭୂମି ଜନ୍ମ  ମାଟିର ସୁରକ୍ଷା

     ପାଇଁ ହେବେ ଅଗ୍ରସର

ଆନନ୍ଦ ହୋଇବ  ଶ୍ରୀମନ୍ଦିରେ ବସି

   ଦେଖି ଏ ସୁନା ସଂସାର ।।୮।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract