STORYMIRROR

Narendra Sahu

Inspirational

3  

Narendra Sahu

Inspirational

"କଲମ ଓ କବି"

"କଲମ ଓ କବି"

1 min
14K


କଲମ ଓ କବି

***********************

କଲମଟା ପରା କବିର ସଂପତ୍ତି

ଛାର ଗୋଟେ ଛୋଟ ଅସ୍ତ୍ର,

ଏମିତି ସେ ଅସ୍ତ୍ର ଦେଖାଇ ଶକତି

କରଇ ସବୁ ସଶସ୍ତ୍ର।୧।


ସେଦିନର ସେହି କାରା କବିତାଟି

କଲମରେ ଥିଲା ଲେଖା,

ସେହି ଲେଖା ପଢି ଆଶା ଯାଏ ବଢି

କଲମ ଜୀବନ ସଖା।୨।


ଜାତୀୟତା କବି ସେ ବୀରକିଶୋର

କଲମେ ଲେଖି କବିତା,

ଏକତା ରଜ୍ଜୁରେ ବାନ୍ଧି ଦେଇଗଲେ

ଦେଶବାସୀଙ୍କ ଏକତା।୩।


କୋଉ ଦେଶ କୋଉ ବିପ୍ଳବ ପାଇଁକି

କଲମ ତ ମୂଳ ଅସ୍ତ୍ର,

ଧାର ଶୂନ୍ଯ ଏହି ଅସ୍ତ୍ର ଥିଲେ ଭାଇ

ଶତ୍ରୁ ଦେବେ ଭଙ୍ଗ ଛତ୍ର।୪।


କଲମ ଖଣ୍ଡିଏ ବାର୍ତ୍ତା ଦେଇପାରେ

ଏ କୋଣରୁ ଆର କୋଣ,

ଜାଗ୍ରତ କରାଏ ଜାଗୃତି ପରାଏ

ଅତୁଲ୍ଯ ଯେ ତାର ଦାନ।୫।


ଜଳ ସ୍ଥଳ ବନ ପାହାଡ ଗଗନ

ସବୁଠାରେ ସ୍ପର୍ଶ ତାର,

କଲମକୁ ନେଇ ପୃଥିବୀ ଜିଣଇ

ଏହି ଅସ୍ତ୍ରେ ପରା ନର।୬।


'କ'ରେ କଳ୍ପିତ 'ଲ'ରେ ଲଳିତ

'ମ' ରେ ମର୍ଯ୍ଯଦା ବହଇ,

କବିର କଳ୍ପନା ଲଳିତ ସଂପୂର୍ଣ୍ଣା

କଲମରେ ପରା ସେହି।୭।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational