କଲମ କହୁଛି କଥା
କଲମ କହୁଛି କଥା
ନିଜର ତୀକ୍ଷ୍ମ ମୁନରେ
କଲମ କହୁଛି କଥା
କଥା ନୁହେଁ ବେଦନା ଭରା
ସେ ଦରଦୀ ମନର ବ୍ଯଥା।
କଲମ ମୁନରେ ଶବ୍ଦ ଛନ୍ଦି
କବିଟିଏ ରଚଇ କବିତା
ଭାବନା ରଙ୍ଗରେ ରଙ୍ଗେଇ
ସମାଜକୁ ଦିଅନ୍ତି ବାରତା।
କଲମରେ କାଳି ଭରି
ଆଙ୍କଇ ଛବି ଚିତ୍ରକର
ଯେଉଁ ଚିତ୍ରଗୁଡ଼ିକ କୁହଇ
ଅକୁହା କଥା ହୃଦୟର।
କଲମ ମୁନର ଶକ୍ତିରେ
ଶିକ୍ଷକ ଦିଅନ୍ତି ଦିବ୍ଯଜ୍ଞାନ
ସେହି ଜ୍ଞାନ ଆହରଣ କରି
ଛାତ୍ରଛାତ୍ରୀ ହୁଅନ୍ତି ଗୁଣବାନ।
ଏହି କଲମକୁ କରି ସାଥି
ବିଚ଼ାର କରି ବିଚାରପତି
ନିର୍ଦୋଷକୁ ଦିଅନ୍ତି ନ୍ଯାୟ
ଦୋଷୀଙ୍କୁ ଦିଅନ୍ତି ଶାସ୍ତି।
ଚିକିତ୍ସକମାନେ ଚିକିତ୍ସା କରନ୍ତି
ନିର୍ଦ୍ଦେଶପତ୍ରେ ଥୋଇ କଲମର ଠାର
ଯେଉଁ ଠାର ବଳେ ଔଷଧ ଖାଇ
ରୋଗୀଟିଏ ରୋଗକୁ କରଇ ଦୂର।
ଯାନ୍ତ୍ରିକ ପ୍ରସ୍ତୁତ କରଇ ନକ୍ସା
କଲମ ମୁନରେ ଟାଣି ଗାର
ଯେଉଁ ନକ୍ସାକୁ ଭିତ୍ତି କରି
ଗଢି ଉଠଇ ସୁନ୍ଦର ସହର।
ଯା ପାଖରେ ଅଚିରେ ହାରେ
ଶତୃର ତରବାରୀ କମାଣ
ଇଏ ସେହି ବଳଶାଳୀ କଲମ
ଯାହାର ସୃଷ୍ଟିକର୍ତ୍ତା ସ୍ବୟଂ ଭଗବାନ।
କାୟାରେ ସିଏ କ୍ଷୁଦ୍ର ଯନ୍ତ୍ରଟି ସିନା
ସମାଜକୁ ଦାନ ତା ମହାନ
ଲେଖନୀରେ ତାର ବର୍ଣ୍ଣନା କରି
ତାକୁ ଏ ଅଧମ କରୁଛି ନମନ।
