STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

ଝୁରୁଛି ତୁମକୁ ଏ ସିଂହ ଜାତି

ଝୁରୁଛି ତୁମକୁ ଏ ସିଂହ ଜାତି

1 min
6

ହେ ଉତ୍କଳମଣି

ସିଂହଭୂମି ସନ୍ତାନ

ଶ୍ରଦ୍ଧାସୁମନ ଘେନି

ତୁମକୁ କରୁଛି ନମନ। 


ତୁମ ଛବି ହ୍ରୁଦୟେ

କରିଣ ଧାରଣ

ସିଂହଭୂମିଆ ନିତି

ତୁମକୁ କରୁଛି ସ୍ମରଣ। 


ବଖାଣୁଛି ନିତି

ତୁମରି କୀରତି

ସିଂହଭୂମି ମୂଲକରେ

ଗଢି ତୁମ ପ୍ରତିମୂର୍ତ୍ତି। 


ତୁମରି ପଦାଙ୍କକୁ

କରି ଅନୁସରଣ

ମାଟି ମା'ର ସେବାରେ

ନିଜକୁ କରିଛି ନିୟୋଜନ।


ସିଂହଭୂମି ବକ୍ଷରେ

ରଖିଅଛି ସାଇତି

ଉତ୍କଳର ଭାଷା 

ସହ ଉତ୍କଳ ସଂସ୍କୃତି। 


ଯେଉଁ ଭାଷା ସଂସ୍କୃତିର

ସୁରକ୍ଷା କରିବା ପାଇଁ

ସତ୍ଯବାଦୀ କୁ ଛାଡି

ସିଂହଭୂମିକୁ ଆସିଲ ଧାଇଁ।


ସେଇ ସିଂହଭୂମିରେ

ଗଢିଲ ଶିକ୍ଷାର ମନ୍ଦିର

ଓଡ଼ିଆ ଭାଷା ସଂସ୍କୃତିର

କରିବା ପାଇଁ ପ୍ରଚାର। 


ଉତ୍କଳ ଭାଷାରେ

ବିଦ୍ଯା କରିଣ ଅର୍ଜନ

ପୁଲକିତ ହୋଇଲା

ସିଂହଭୂମି ସୁତଙ୍କ ମନ। 


ଅରଜିଲେ ଶ୍ରେଷ୍ଠତା

ଭିନ୍ନ ଭିନ୍ନ କ୍ଷେତ୍ରରେ

ସିଂହଭୂମିର ଯଶ ଖ୍ଯାତି

ବଢାଇଲେ ସାରା ବିଶ୍ବରେ।


ତୁମ ଆଦର୍ଶ ରେ

ହୋଇ ଅନୁପ୍ରାଣିତ

ସିଂହଭୂଇଁଆ ସବୁ

ହୋଇଲେ ସଂଗଠିତ। 


ସାରା ସିଂହଭୂମି ରେ 

ଓଡ଼ିଆ ଭାଷା ସଂସ୍କୃତିର

କରିଲେ ପ୍ରଚାର ପ୍ରସାର

ମହତ୍ତ୍ବ ବୁଝି ନିଜ ଜାତିର। 


ସିଂହଭୂମିଆ ଙ୍କ ପାଇଁ

ତୁମେ ବନିଗଲ ଦେବଦୁତ

ସେଥିପାଇଁ ସିଂହଭୂମିଆ

ତୁମ ଠାରେ ଅଛି ମଥାନତ। 


ଝୁରୁଛି ଝୁରୁଛି ନିତି

ତୁମକୁ ଏ ସିଂହ ଜାତି

ତୁମ ଆବର୍ତ୍ତମାନରେ

ଦେଖିଣ ଏ ଭୂଇଁର ଦୁର୍ଗତି। 


ଅନ୍ତରରେ ଲୁଚାଇ

ଅନେକ କଷ୍ଟ ଯନ୍ତ୍ରଣା

ତଥାପି ସୁରକ୍ଷିତ ରଖିଛନ୍ତି 

ଏ ମାଟିରେ ଉତ୍କଳ ଚେତନା।


ତୁମ ପ୍ରତିମୂର୍ତ୍ତି ତଳେ

ସେମାନେ କରିଛନ୍ତି ପ୍ରଣ

ଏ ଜାତିର ସୁରକ୍ଷା ପାଇଁ

ତ୍ଯାଗ କରିଦେବେ ନିଜ ପ୍ରାଣ। 


ବଂଚାଇ ରଖିବେ ସଦା

ଏ ଭୂଇଁ ରେ ତୁମ ସ୍ମୃତି ଚିହ୍ନ

ରୋମନ୍ଥନ କରି ତୁମରି ସ୍ମୃତିକୁ 

ନୂଆ ପିଢି ଗଢିବେ ନବ କୀର୍ତ୍ତିମାନ। 



Rate this content
Log in

Similar oriya poem from Inspirational