STORYMIRROR

Prasanta kumar Hota

Romance

2  

Prasanta kumar Hota

Romance

କଳ୍ପନାର ଗୀତ 54

କଳ୍ପନାର ଗୀତ 54

1 min
471


ଦେଖିଥିଲି ଦିନେ କେଉଁ ଏକ ସ୍ଥାନେ

ଆସୁଛ କି ମନ ଜାଣି

ତୁମେ ମୋ ବାନ୍ଧବୀ ହେବ କିବା ଆସି

ମନେ ହୁଏ କେତେ ଭୁଣି


ହେ ମନ ବାନ୍ଧବୀ ସପନ ସୁରଭୀ

କେତେ ଆସି ପୁଣି ଯାଉ

ସ୍ଵଦେହରେ ଥରେ ଆସୁଥିଲେ ବାରେ

ପ୍ରୀତିର ସ୍ଵାକ୍ଷର ବୋହୁ


ପ୍ରୀତି ପରାତ୍ପର ସୁହାଗ ସିନ୍ଦୁର

ମନ ଭାବନାରେ ଆସେ

ଦେବି ବୋଲି ତୋତେ ରଖିଛି ସାଇତି

ସମର୍ପିବି ଅବକାଶେ


କାହିଁକି କେଜାଣି ଶଙ୍କା ଆସେ ମନେ

ଭୁଲିତ ଯିବନି ମୋତେ

ସପନ କି କେବେ ଆସିବ ବାସ୍ତବେ

ପ୍ରେମ ରାଣ ଦେଲି ତୋତେ


ଭଲ ପାଇବାର ସପନ ଦେଖିଛି

ପ୍ରତୀକ୍ଷାର ହେବ ଅନ୍ତ

ପୁଷ୍ପେ ବିମଣ୍ଡିତ ହୋଇ ଅବନତ

ଆସିଲେ ଜାଣିବି ସତ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance