STORYMIRROR

Prasanta kumar Hota

Fantasy

3  

Prasanta kumar Hota

Fantasy

କଳ୍ପନାର ଗୀତ 52

କଳ୍ପନାର ଗୀତ 52

1 min
435


ଯାଇଛୁ ବୋଲି ତୁ ନାହିଁ ମୋର ଦୁଃଖ

ଦୁଃଖ ମୋର ଦୈନ୍ୟତାରେ

ଯାହା ଥିଲା ପାଶେ ନେଇଗଲୁ ସବୁ

ଆଉ କିବା ଫେରି ପାରେ


ମୋ ବାସ ମହକ ନେଇଛୁ ଚୋରାଇ

ଜୀବନ ଚପଳ ଛନ୍ଦ

କୃଷ୍ଣ ଚୁଡା ଆଉ ଦେଉନାହିଁ ରଙ୍ଗ

ଯାଇଛି ମଧୁପ ଗନ୍ଧ


ଦେଇଛୁ ଜୀବନ ଦୁଃଖ ଯାତନାର

ପ୍ରେମ ପଥ ନିର୍ବାସନ

ନିଦ୍ରା ହେଲା ନାହିଁ ନିଆଁକୁ ଡେଇଁଲି

ନିଆଁ ହେଲା ନିର୍ବାପନ


ତୋ ପାଇଁ ଆଉକେ ସାଜିବ ମୋ ରାଧା

ଆସିବକି ଅବତରି

ଯେତେ ଯାହା ଦେଲେ ଲଜ୍ଜା କି ରହିବ

ଅପମାନ ଅପସରି


ରଖିଛି ମନରେ ଦେଖାହେଲେ କେବେ

ଜୀବନ ଯମୁନା ତୀରେ

ଭସାମେଘ ପରି ଭାସୁଥିବି ଖରେ

ବିରହଠୁ ବହୁଦୂରେ।


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Fantasy