STORYMIRROR

Prasanta kumar Hota

Fantasy Others

3  

Prasanta kumar Hota

Fantasy Others

କଳ୍ପନାର ଗୀତ -45

କଳ୍ପନାର ଗୀତ -45

1 min
6.6K


ବଞ୍ଚିବାର ମୋହ ନାହିଁ ଆଉ ମୋର

ତୁମ ବିନା ପ୍ରିୟା ଏଜୀବନ ଛାର

ତୁମେ ମୋର ଥିଲ ଲକ୍ଷ୍ୟ ବଞ୍ଚିବାର

ତୁମଠାରେ ଯେଣୁ ପ୍ରେମ ପାବନର


ଭ୍ରମର ହୋଇ ମୁଁ ବୁଲୁଛି ସବୁଠି

କାନନ ପ୍ରାନ୍ତର ପାଉଛି ଯେଉଁଠି

କାହିଁକି ମିଳୁନି ସଙ୍କେତ ତୁମର

ବିରହରେ ପ୍ରାଣ ହେଉଛି ଭଙ୍ଗୁର


ତୁମକୁ ଦେଖିଲେ ଲାଗୁଛି ଏପରି

ବସନ୍ତ ପବନ ବୋହୁଛି ଯେପରି

ତୁମେ ନଦିଶିଲେ ଲାଗୁଛି ଅନ୍ଧାର

ସତେକି ଜୀବନ ହୋଇ ଯିବ ପାର


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy