Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Pramila Mohanty

Inspirational

3  

Pramila Mohanty

Inspirational

କଳ୍ପନା ନେତ୍ର

କଳ୍ପନା ନେତ୍ର

1 min
8


କଳ୍ପନା ନେତ୍ରରେ ଆଜି

ଦେଖୁଛି ମୁହିଁ

ମେଘ ପାଲିଙ୍କିରେ ବସି

ମରୁତର ସ୍ପନ୍ଦନ ନେଇ

ଧରଣୀ ରାଣୀର ସବୁଜିମା

ଛୁଇଁ

ପ୍ରସ୍ଫୁଟିତ କୃଷ୍ଣ ଚୂଡାର ରଙ୍ଗ

ଅଧରେ ମାଖି

ସୁନୀଳ ଗଗନର 

ବୁକୁ ଚିରି

ପହଞ୍ଚି ଛି ଜହ୍ନରାଇଜେ ଯାଇ

ଦେଖିଛି ଏକ 

ନୂଆ ପୃଥିବୀ

ନାହିଁ ସେଠି ଦୁଃଖର ଛାଇ

ବସନ୍ତରେ ସଦା କୋକିଳ

ଗାଉଚି ବିଜୟୀ ଗୀତି

ହେଉଛି ଅନବରତ

ପୁଷ୍ପ ବୃଷ୍ଟି

ମହକରେ ଯାଉଛି ଚହଟି

ନେଉଛି ମନକୁ ମୋହି

ନୁହନ୍ତି ସେଠି

ସ୍ଵାର୍ଥପର କେହି

ଚାଲିଛି ରାମ ରାଜ୍ୟ

ନାହିଁ ପାପର ଛାଇ

ଧରମ କରମେ 

ସଭିଏଁ ରହୁଛନ୍ତି ମାତି

ଈଶ୍ଵର ଚେତନା 

ଉଠୁଚି ଜାଗୀ

ମନ ଭରି ଖୋଲା ହମ

ହସୁଛି ମୁହିଁ

କଳ୍ପିତ କଳ୍ପନାର ସ୍ରୋତ

ଯାଉଛି ଛୁଟି ।


Rate this content
Log in

Similar oriya poem from Inspirational