କଳ୍ପନା କୁମାରୀ
କଳ୍ପନା କୁମାରୀ
ତନ୍ଦ୍ରାଳସୀ,ତୁମ ତନ୍ଦ୍ରାରେ ତନ୍ଦ୍ରାରେ
କହ୍ଳାର କବରୀ
ଶିଶିର ରନ୍ଧ୍ରେ
ତା' ନୀଳ ପାଖୁଡ଼ା ପ୍ରଣୟ ପରଶେ
ମିଠା ଫଗୁଣକୁ
ଭିଜାଏ ଆର୍ଦ୍ରେ
କାମାକ୍ଷା ନଗରୀ କଳ୍ପନା କୁମାରୀ
ଅନିନ୍ଦ୍ୟ ନୟନ
ଚୋରା ଚାହାଣି
ତୁମ ନୟନର ନମ୍ରତା ପଣରେ
ସରମେ ସରମେ
ହୁଏ କି ହାଣି
ମହୁଆ ପଣରେ ମିଠା ମଧୁମକ୍ଷୀ
ମହୁ ପିଆଲାର
ମଧୁର ମହୁ
ନରମି ନରମି ଝରି ଝରି ଆସି
ତୁମ କଣ୍ଠସୁରେ
କୁହେ ସେ କୁହୁ
ସେଇ କୁହୁ ସୁର ଛନ୍ଦରେ ବିଭୋର
ତାଳରେ ଲୟରେ
ରଙ୍ଗ ରାଗିଣୀ
ସୁଗମ ସଙ୍ଗୀତ ଅତି ପୁଲକିତ
ବୀଣାର ଝଙ୍କାରେ
ନାଚେ ଶ୍ରାବଣୀ
ବହଳ ବହଳ ବଉଦ କୋଳରେ
ସତେକି ଶ୍ରୀପଦା
ଶୁଭ୍ର ଆସନେ
ମେଘ ମହ୍ଳାରର କୁହୁକିନୀ ଢେଉ
କାବ୍ୟ କନ୍ୟା ହୋଇ
ପ୍ଳାବନ ଆଣେ
ସୁଲଗ୍ନା ଶ୍ରୀ ଲେଖା ସମ୍ପୂର୍ଣ୍ଣା ସାରିକା
ଚମ୍ପା ଚହଟ ବି
ମଉଳି ଯାଏ
ଅଗୋ ମଦାଳସୀ ମୃଦୁ ମନ୍ଦହାସୀ
ହସର ବନ୍ୟା ବି
କଣେଇ ଚାହେଁ
ମଦାଳସୀ ହୁଅ ଅବା ତନ୍ଦ୍ରାଳସୀ
ନାରୀତ୍ବ,ନମ୍ରରେ
ଜଗତଜିତା
ସଲଜ୍ଜ ସଂଭ୍ରମ ଶରତ ସକାଳ
ସୂର୍ଯ୍ୟ ଅଂଶୁ ଶୁଭ୍ର
ଅପରାଜିତା
