କଳ୍ପନା ଆଉ ବାସ୍ତବ
କଳ୍ପନା ଆଉ ବାସ୍ତବ
କଳ୍ପନା ଆଉ ବାସ୍ତବକୁ ନେଇ ଗଢ଼ା ଆମର ଜୀବନ,
ବୁଝାବଣା ଥିଲେ ଜୀବନର ଲକ୍ଷ୍ୟ ନିଶ୍ଚେ ହୋଇବ ପୂରଣ ।
ଭାବନାକୁ ନେଇ ବଞ୍ଚିହୁଏ ନାହିଁ ବାସ୍ତବତା ସତ୍ୟସିଦ୍ଧ,
ବାସ୍ତବତା ପାଇଁ ଛାଡ଼ିବାକୁ ହୁଏ ମନ-ବିବେକର ଯୁଦ୍ଧ ।
କିଛି କିଛିଲୋକ ଅଛନ୍ତି ଜଗତେ ରହିଥିବେ ବହୁଦୂରେ,
ଫୁଲପରି ବାସ ଚହଟାଇ ଦେଇ ପହଞ୍ଚନ୍ତି ଘରେ ଘରେ ।
ଈଶ୍ଵର କାହାକୁ କହନ୍ତି ନାହିଁ କି ମୋତେ ବୁଝି ଜାଣିନିଅ,
କେବଳ ମୋ ପ୍ରତି ବିଶ୍ୱାସ-ଭରସା ସବୁବେଳେ ରଖିଥାଅ ।
ମଣିଷ ଭିତରେ ଭଲ ଆଉ ମନ୍ଦ ମିଶି ଲୁଚି ରହିଥାଏ,
ଯାହାକୁ ଅଧିକ ବ୍ୟବହାର କଲେ ତା'ର କାୟା ବଢ଼ିଯାଏ ।
ଶ୍ରଦ୍ଧା-ସମ୍ମାନ କି ପ୍ରଣାମ ପ୍ରେମରେ ମିଳିଥାଏ ଯେଉଁ ଧନ,
ସେ ଧନ ସହିତ ଅର୍ଥ ଉପହାର ହୋଇପାରେନା ସମାନ ।
