STORYMIRROR

Sudeshna Pradhan

Inspirational

3  

Sudeshna Pradhan

Inspirational

କଳଙ୍କିନୀ

କଳଙ୍କିନୀ

1 min
365

କିଏ କହିଲା ସେ କଳଙ୍କିନୀ ବୋଲି ?       

କହିଲ କରି ବିଚାର ହୃଦୟକୁ ଖୋଲି !    


ସେ ଲକ୍ଷେ କଳାରେ ପୂର୍ଣ୍ଣିତା ରୂପସାଗରୀ କୋମଳାଙ୍ଗୀ  

ଅତ୍ୟନ୍ତ ମନୋହରୀ ମାଆ ସୀତା !   

ଯାହାର ହୃଦୟ ନିର୍ମଳ ପବିତ୍ର           

ଶ୍ରୀ ଗୁଣ ରହିତ ପରମାତ୍ମା ||    


ଦୁରାଚାରୀ ପାପୀ ହରଣ କଲା ବୋଲି          

ସୁବର୍ଣ୍ଣ ଲଙ୍କା ଅଚିରେ ଗଲା ଜଳି   

ରାବଣ ମୁଖ ସେ କେବେ ବି ଚାହିଁନି ତ        

କେମିତି ହେଲା ସେ କଳଙ୍କିନୀ ?    


ପରମପୁରୁଷ ହୋଇ ବି ରାମ ପାରିଲେନି ଜାଣି     

ଅଗ୍ନି ପରୀକ୍ଷା କରାଇ ଆଣିଥିଲ ଛାଣି  !  

ନୀଚ କଳି ଶୁଣି ତାଙ୍କୁ ବନରେ ଛାଡିଲ       

ପ୍ରଭୁ ହୋଇ କଳଙ୍କିନୀ ଦୋଷ ଲଦି ଦେଲ !


ସେ ସତୀତ୍ୱ ରାଣୀ ପୁଣି ସତୀ ଠାକୁରାଣୀ       

କଳଙ୍କ ମିଟାଇ ହେଲେ ବସୁଧାଗାମିନୀ |

ସେ ଲକ୍ଷ୍ମୀ ମହାଲକ୍ଷ୍ମୀ ଶାନ୍ତି ପ୍ରଦାୟିନୀ  

ନାରାୟଣୀ ନୁହେଁ କଳଙ୍କିନୀ ||       


କଳଙ୍କିନୀ!କିଏ ସେ କହିଲା ପୁଣି ଥରେ ?    

ପଚାର ତ ନିଜ ବିବେକକୁ ବାରେ !     

ଜଗତ ଜଳୁଥିଲା ଯେବେ ରାକ୍ଷସ ପାପାଗ୍ନିରେ   

ନିବସ୍ତ୍ର ହୋଇ ନାଶିଲେ ମୋହିଣ ରୁପାଗ୍ନିରେ    

ସେ ଜଗତ ରକ୍ଷା କାରିଣୀ ଦୁର୍ଗତିନାଶିନୀ       

ପାପାବିନାଶିନୀ ମହିଷାମର୍ଦ୍ଦିନୀ     

ସେ କାଳୀ ମହାକାଳୀ ମହାଶକ୍ତି ରୌଦ୍ରାଣୀ   

ନରମୁଣ୍ଡମାଳ ଆବାସ୍ତ୍ରl ମହାଗୌରୀ କାତ୍ୟାୟିନୀ |  

କିଏ କହୁଛ ସେ କଳଙ୍କିନୀ ବୋଲି ?      


ସେ ଲକ୍ଷେ କଳାର ଶୋଭନୀୟ ମଣି     

କେବେ ସେ ଗାୟିକା ନୃତ୍ୟାଙ୍ଗନା ପୁଣି      

ବୀଣାବାଦିନୀ ଜ୍ଞାନପ୍ରଦାୟିନୀ       

ସେ ବିଷ୍ଣୁ ରୂପ ମୋହିନୀ ଶିବ ରୂପ ଶିବାନୀ     

ସେ ପୁଣି ସୃଷ୍ଟିକର୍ତ୍ତୀ ନାରୀରୂପା ନାରାୟଣୀ 

ସେ ଲକ୍ଷ୍ମୀ ସେ ଶକ୍ତି ଜ୍ଞାନରୂପା ସରସ୍ୱତୀ     

ଧନ ଶକ୍ତି ଜ୍ଞାନର ଏକାତ୍ମତା ପ୍ରତିମୂର୍ତ୍ତି |    


ସେ ଲକ୍ଷ ସ୍ପର୍ଦ୍ଧା ଲକ୍ଷ ଜନଙ୍କର ପ୍ରମୋଦର ପ୍ରୀତି ବାରେଣୀ              

ଜନ୍ମଦାତ୍ରୀ ପାଳନ କର୍ତ୍ତୀ ପୁଣି ସ୍ନେହ ପ୍ରେମ ପ୍ରଦାୟିନୀ !

କେବେ ଜଗତର ରକ୍ଷା ପାଇଁ ସଂସାରର ସୁରକ୍ଷା ପାଇଁ  

ନିଜ ଜୀବନର ଦ୍ୱାହି ଦେଇ ସାଜେ ସେ କଳଙ୍କିନୀ |         

ହେ ପାପୀ!ଦୁର୍ବଳମନା ବ୍ୟକ୍ତି         

ଅବଳା ଭାବି ଭୁଲନି ତl ସତ୍ୟତା      

ସେ ତୁମର ମାତା ସର୍ବଗୁଣ ପ୍ରଦାତା       

ମିଛେ ବୋଳ ନାହିଁ ତା ମାଥେ କଳଙ୍କର ଗାଥା!!   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational