କଳଙ୍କ
କଳଙ୍କ


ଭଲ ପାଇବାର ଦ୍ୱାହି ଦେଇ
ମୋ ସାଥେ କଲ ପ୍ରତାରଣା
ସର୍ବସ୍ବ ଲୁଟି ନେଇ ମୋର
ପିନ୍ଧାଇ ଦେଲ ମୋତେ କଳଙ୍କର ଟୀକା ।।
କାହିଁକି ?
କି ଭୁଲ ଥିଲା ମୋର
କେବଳ ଏତିକି ଭୁଲ ଯେ
ଅନ୍ଧ ଭାବରେ ତୁମକୁ ଭଲ
ପାଇଥିଲି ମୁଁ
ନିସ୍ଵାର୍ଥପର ଭଲ ପାଇବାରେ
ବିଷ ଦେଇଦେଲ ତୁମେ..... ।।
ଭଲ ପାଇବାର ଅଭିନୟ କରି
ଦୂର କରିଦେଲ ମୋତେ
ନିଜ ହୃଦୟରୁ ଓ ମନରୁ
ଦୁନିଆଁ ଆଖିରେ ମୁଁ ଆଜି
ସାଜିଛି କଳଙ୍କିନୀ
କେବଳ ତୁମ ପାଇଁ...... ।।
ହେଲେ କେହି ବିଶ୍ୱାସ କରିବେନି
ସମସ୍ତଙ୍କପାଖେ ମୁଁ ହେଲି
ଅବିଶ୍ୱାସର ପାତ୍ର
ତୁମ କଳଙ୍କର ଟୀକା
ମଥାରେ ବୋହି ଆଜି ମୁଁ
ବଞ୍ଚିଛି ଓ ବଞ୍ଚିବି ଜୀବନ
ଥିବା ପର୍ଯ୍ୟନ୍ତ......... ।।