STORYMIRROR

Biswajit Sahoo

Tragedy

3  

Biswajit Sahoo

Tragedy

କଳଙ୍କ

କଳଙ୍କ

1 min
222

ହଜିଲେଣି ଆଜି ସତ୍ୟ ଧର୍ମ ନ୍ୟାୟ, ପରମ୍ପରା ବିବର୍ଜିତ,

ସମଗ୍ର ସଂସାର ହୋଇଲାଣି ଏବେ କଳୁଷିତ କଳଙ୍କିତ।


ଆଇନ୍ ରକ୍ଷକ ପୋଲିସ ବାବୁଙ୍କ ଲାଞ୍ଚ ଲୋଭ ଛାଡୁନାହିଁ,

ନେତା ବିଧାୟକ ରାଜକୋଷ ଖାଇ ପେଟ ତାଙ୍କ ପୁରୁ ନାହିଁ।


ଓକିଲ ବାବୁତ ଟଙ୍କା ନେଇ ନେଇ ସତକୁ କରନ୍ତି ମିଛ,

ଶୋଷୁଛନ୍ତି ସର୍ବେ ଗରିବ ଲୋକଙ୍କୁ ଝୁଣୁଛନ୍ତି ଟଙ୍କା ଗଛ।


କେତେ କଳଙ୍କକୁ ଅନ୍ୟ ମୁଣ୍ଡେ ଲଦି ସମାଜରେ ବଞ୍ଚୁଛନ୍ତି,

କେତେ ଜୀବନକୁ ନଷ୍ଟ କରିଦେଇ ପାପଭାର ଅର୍ଜୁଛନ୍ତି।


ବିନାଶ କାଳରେ ବୀପରିତ ବୁଦ୍ଧି ଫଳାଫଳ ଜଣାନାହିଁ,

ଆପଣା ହସ୍ତରେ ଜିହ୍ୱାକୁ ଛେଦିଲେ କେହି ମନା କରେ ନାହିଁ।


ପାପର କଳସ ଥରେ ପୂରିଗଲେ ସମ୍ଭାଳିବା ଭାରି କଷ୍ଟ,,

ମାନ କି ମହତ କିଛି ନ ରହିବ ଲୋକେ ହେଲେ ମତିଭ୍ରଷ୍ଟ ।


ବିକାଶ ନାମରେ ଦରିଦ୍ର ଶୋଷଣ, ଗଣତନ୍ତ୍ର ବାଟବଣା,

ସବୁରି ହିସାବ ରଖୁଛନ୍ତି ପ୍ରଭୁ ଫଳାଫଳ ତାଙ୍କୁ ଜଣା।


ଏତିକି କାମନା କରୁଅଛି ପ୍ରଭୁ ଦୁନିଆକୁ ରକ୍ଷା କର,

ନୀତି ଆଦର୍ଶକୁ ସଭ୍ୟ ସମାଜକୁ କଳଙ୍କରୁ ମୁକ୍ତ କର।



Rate this content
Log in

Similar oriya poem from Tragedy