STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

କଳିଯୁଗ

କଳିଯୁଗ

1 min
247

କଳି କରୁଛି ରାଜୁତି

ଏ କଳିଯୁଗରେ

ଦେଖୁଛି କାଳିଆ ହଟ

ନୀଳ କନ୍ଦରରେ।

ସତ ପାଖେ ମିଛ ବନ୍ଧା ପଡ଼ିଛିରେ

ନିଜର ଭାବିବି କାରେ

କ୍ଷଣ କ୍ଷଣେ ପୃଥି ଓଲଟି ଯାଉଛି

ବେଙ୍ଗ କହେ ବେଙ୍ଗୁଲିରେ

ସଙ୍ଗାତରେ.... ।

ଭାବିଲେ ପରାଣ ଥରେ।

କଳିର ପ୍ରଭାବ ଏମନ୍ତ

ସତ୍ୟ ହୋଇବ ପରାହତ।

ଭାଇକୁ ନ ଚିହ୍ନିବ ଭାଇ

ସମ୍ପର୍କ ଜଳାଞ୍ଜଳି ଦେଇ।

ପତି ଯେ ନିଜ ପତ୍ନୀ ଭୁଲି

ପର ଦାରାରେ କରି କେଳି।

କଳିଯୁଗରେ ପାପ ଭାର

ମେଦିନୀ ହେବ ଥରହର।

ନ ହେବା କଳିର ଆୟତ୍ତ

ଜଗବନ୍ଧୁରେ ଦେବା ଚିତ୍ତ।

ଦ୍ଵାପର ଶେଷରେ କଳିର ପ୍ରଭାବ

କଳି ଯୁଗରେ ପ୍ରବଳ

ନିଜ ସ୍ବାର୍ଥ ଲାଗି ମାନବ ସକଳେ

କରୁଥିବେ ସଦା ଗୋଳ

କେହି ନ ଚାହିଁବେ କାର ଭଲ

କଳି ସମସ୍ତଙ୍କ ପାଇଁ କାଳ।

ପୁତ୍ର ପିତା ଠାରେ ବହିବ ରୋଷ

କାହାରି ମୁଖରେ ନ ଥିବ ହସ

ନିଜ ସ୍ବାର୍ଥ ଲାଗି 

ବନ୍ଧୁ ଭୁଲେ ବନ୍ଧୁ

ବନ୍ଧୁକୁ ବନ୍ଧୁ ଯେ ଦିଅଇ ବିଷ

ଏତ କଳିଯୁଗ 

ରଖ ବିଶ୍ୱାସ।

କଳିଯୁଗ...

କଳିଯୁଗ ରୀତି ବଡ଼ ବିପରୀତ

ଦେଖିଲେ ଲାଗଇ ଭୟ

ଆଜିର ମଣିଷ କାଲିକି ବଦଳେ

ଜୀବନ ହୁଏ ଅଥୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational