କଳିଯୁଗ ସତେ ଏଠି ସରିଯିବ
କଳିଯୁଗ ସତେ ଏଠି ସରିଯିବ
ବଡ ଧାମ ବଡ ନାଁରେ ତୁମର
କଳଙ୍କ ଲାଗିବ ସତେ.
ଅମା ଅନ୍ଧକାର ଅମାବାସ୍ୟା ରାତି
ଘୋଟିବ କି ଏ ଜଗତେ.
ପ୍ରଭୁ ଶଙ୍କା ଜାତ ହୁଏ ଚିତ୍ତେ. l0l
ବରଷେ କାଟିଲ ଅଣସର ଘରେ
ଭକ୍ତଙ୍କୁ ନ ଦେଲ ଦେଖା.
ଭକତ ହୃଦୟ ସ୍ପନ୍ଦନ ଗୋ ତୁମେ
ତୁମେ ବନ୍ଧୁ ତୁମେ ସଖା.
ଅଜଣା ଆତଙ୍କେ କବାଟ କିଳିଲ
ଭକତଙ୍କ ଡାକେ ଦୁଆର ଖୋଲିଲ.
ବିଭୋର ହେଲେ ଭକତେ. l1l
ରୋଗ ରାକ୍ଷସ ଯେ କାୟା ବଦଳାଇ
ଗ୍ରାସୁଛି ଜଗତ ସାରା.
ଆଖି ମୁଜି ଦେଇ ଏଥର ଶୋଇଲେ
ଛାରଖାର ହେବ ଧରା
ଅଚ୍ୟୁତାନନ୍ଦଙ୍କ ବାଣୀ ସତ ହେବ
କଳିଯୁଗ ସତେ ଏଠି ସରି ଯିବ.
ତୁମେ କି ଛତିଆ ପଥେ l2l
