STORYMIRROR

Kalandi pal

Inspirational

3  

Kalandi pal

Inspirational

କଳିଯୁଗ ସତେ ଏଠି ସରିଯିବ

କଳିଯୁଗ ସତେ ଏଠି ସରିଯିବ

1 min
213


ବଡ ଧାମ ବଡ ନାଁରେ ତୁମର

     କଳଙ୍କ ଲାଗିବ ସତେ.

ଅମା ଅନ୍ଧକାର ଅମାବାସ୍ୟା ରାତି

    ଘୋଟିବ କି ଏ ଜଗତେ.

 ପ୍ରଭୁ ଶଙ୍କା ଜାତ ହୁଏ ଚିତ୍ତେ. l0l


ବରଷେ କାଟିଲ ଅଣସର ଘରେ

    ଭକ୍ତଙ୍କୁ ନ ଦେଲ ଦେଖା.

ଭକତ ହୃଦୟ ସ୍ପନ୍ଦନ ଗୋ ତୁମେ

    ତୁମେ ବନ୍ଧୁ ତୁମେ ସଖା.

ଅଜଣା ଆତଙ୍କେ କବାଟ କିଳିଲ

ଭକତଙ୍କ ଡାକେ ଦୁଆର ଖୋଲିଲ.

    ବିଭୋର ହେଲେ ଭକତେ. l1l


ରୋଗ ରାକ୍ଷସ ଯେ କାୟା ବଦଳାଇ

     ଗ୍ରାସୁଛି ଜଗତ ସାରା.

ଆଖି ମୁଜି ଦେଇ ଏଥର ଶୋଇଲେ

     ଛାରଖାର ହେବ ଧରା

ଅଚ୍ୟୁତାନନ୍ଦଙ୍କ ବାଣୀ ସତ ହେବ

କଳିଯୁଗ ସତେ ଏଠି ସରି ଯିବ.

    ତୁମେ କି ଛତିଆ ପଥେ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational