STORYMIRROR

Shubhra Suchitra Mahanta

Inspirational Others

3  

Shubhra Suchitra Mahanta

Inspirational Others

କଳିଯୁଗ ମଣିଷ

କଳିଯୁଗ ମଣିଷ

1 min
187

ଦୂର ପରିଜନ ସୁନ୍ଦର, ପାଖ ପରିଜନ ବିଷ

ଲାଗିବନି ଅବା କେମିତି, ଏ କଳିଯୁଗ ମଣିଷ...


ସ୍ୱାର୍ଥ ଥିଲେ ସବୁ ନିଜର, ନହେଲେ କିଏ କାହାର

ସମ୍ପତ୍ତି ବାଡିରେ ନଜର, ନପାଇଲେ ପିଟ ମାର...


ମୁଣ୍ଡରେ ଠୋପେ ନାହିଁ ଜ୍ଞାନ, ମାରନ୍ତି ଖାଲି ଭାଷଣ

ଟଙ୍କା ଦେଇ ହୁଅନ୍ତି ନେତା, କରନ୍ତିନି କିଛି କାମ...


ଗାଆଁ ମାଟି ଭଲ ଲାଗେନି, ସହରକୁ ଦଉଡନ୍ତି

ରୋଗ ଯଦି ମାଡି ଆସିଲା, ମନେପଡେ ଭିଟାମାଟି...


ବଡ ମୁହେଁ ଖାଲି କୁହନ୍ତି, କର ନାହିଁ ଭେଦଭାବ

ନିମ୍ନ ସ୍ତର ଲୋକ ଛୁଇଁଲେ, ଦେଖିବ ତାଙ୍କରି ରାଗ....


ପୂଜା ପାରବଣ କରନ୍ତି, ସେଲ୍ଫି ଦୁଇଟି ନେବାକୁ

ଧରମ ନାମରେ ଅଧର୍ମ, ଗ୍ରାସ କରିଛି ନରକୁ.... 


ଝିଅ ବୋହୁ କଥା କହିଲେ, ଲାଜରେ ମୁଣ୍ଡ ନଇଁବ

ସମ୍ମାନ ତ ଦୂରର କଥା, ବଳାତ୍କାର ସରି ହେବ....


ମଣିଷ ଯାଇଛି ବଦଳି, ରୂପରେ ଭେଳିକି ଭେଳି

ସତଟା ଯଦି କହିଦେଲ, ଗାଁ ଦାଣ୍ଡେ ହେବ କଳି....


ଗରିବ ଲୋକର ସାହାଯ୍ଯ, ଭାବନ୍ତି ସତେ ଦୁର୍ଭାଗ୍ୟ

ଧନୀର ପାଦ ଚାଟିବାକୁ, ଭାବି ନିଅନ୍ତି ସୌଭାଗ୍ୟ....


ସବୁଠି କରନ୍ତି ରାଜନୀତି, ତହୁଁ ଉପୁଜେ ଅଶାନ୍ତି

ନିର୍ଦ୍ଦୋଷକୁ ଦଣ୍ଡିତ କରି, ଦୋଷୀ ଖୋଜିବୁଲେ ଶାନ୍ତି...


ଦେଶଟିକୁ କରି ବରବାଦ, ସୁଖରେ ପିଅନ୍ତି ମଦ

ଭଗବାନଙ୍କୁ ଭୁଲି ଯାଇ, କରନ୍ତି ବିଚାର ମନ୍ଦ....


ଅନୁଶାସନ ଖାତିର୍ ନାଇଁ, ନିଜେ ନିଜେ ସବୁ ରାଜା

ସମୟ ଆସିବ ଯେଉଁ ଦିନ, ବାଜିବ ତାଙ୍କରି ବାଜା....


କର୍ମ କର୍ତ୍ତବ୍ୟ ନକରନ୍ତି, ଅସାଧୁ ମେଳେ ବୁଲନ୍ତି

ବୁଦ୍ଧି ପଶଇ ସେତେବେଳେ, ଯେବେ ଠୋକର ଖାଆନ୍ତି.....


ଧ୍ଵଂସ ପାଇବ ଏ ମଣିଷ, ଦେବତା କରିବେ ନାଶ

ଲୋଭ ଅହଙ୍କାର ସରିବ, ଦେହ ହୋଇବ ପାଉଁଶ..... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational