Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Tragedy

4.1  

Kunja Bihari Dalai

Tragedy

କଳିଯୁଗ ମହାଭାରତ

କଳିଯୁଗ ମହାଭାରତ

1 min
247


ରୁଷ୍ ଇଉକ୍ରେନ୍ ଯୁଦ୍ଧ ଦେଖିଲାଗେ

ସତେକି ମହାଭାରତ ,

ଆମେରିକା ପଶାକାଠି ଗଡାଉଛି

ଶକୁନି ସାଜିଛି ସେତ ।


ଚାହିଁଥିଲେ ନିମିଷକେ ସମାଧାନ

କରିଥାନ୍ତେ ବାଇଡେନ୍ ,

ଉପରେ ସାନ୍ତ୍ଵନା ଭିତରେ ଭାବୁଛି

ଧ୍ୱଂସ ହେଉ ଇଉକ୍ରେନ୍ ।


ବିଗତ ଦିନରେ ପରମାଣୁ ଅସ୍ତ୍ରେ

ଶକ୍ତିଶାଳୀ ଇଉକ୍ରେନ୍ ,

ପ୍ରତିଶୃତି ଦେଇ ନଷ୍ଟ କରାଇଲେ

ଆମେରିକା ଓ ବ୍ରିଟେନ୍ ।


ସ୍ୱତନ୍ତ୍ରତା ତୋର ଅକ୍ଷୁଣ୍ଣ ରହିବ

ଲୋଡ଼ା ନାହିଁ ପରମାଣୁ ,

ବିପଦ ବରଣ କରେ ଇଉକ୍ରେନ୍

ଏମାନେ ଅଛନ୍ତି ସ୍ଥାଣୁ ।


ନାଟୋରେ ମିଶିବା ପ୍ରସ୍ତାବକୁ ଯେବେ

ଆମେରିକା କରେ ରଦ୍ଦ ,

ଇଉକ୍ରେନ୍ ସହ ରୁଷିଆ କାହିଁକି

ଅଯଥା କରନ୍ତା ଯୁଦ୍ଧ ।


ୟୁକ୍ରେନ୍ ନାଟୋରେ ମିଶିବା ପ୍ରସ୍ତାବ

ସହି ପାରିଲାନି ରୁଷ୍ ,

ଚାରିପଟେ ତା'ର ନାଟୋ ରାଷ୍ଟ୍ର ହେବ

ଏହି ତା'ର ଅବଶୋଷ ।


ନାନାବିଧ ଅସ୍ତ୍ର ସହ ମିଶାଇଲ୍

ପ୍ରୟୋଗ କରେ ତା'ପରେ ,

ଏମିତି ଲାଗୁଛି ଯେମିତି ତୃତୀୟ

ବିଶ୍ଵଯୁଦ୍ଧ ହୋଇପାରେ ।


ସଂକଟେ ଏବର ବିଶ୍ଵ ପରିସ୍ଥିତି

ହେବାକୁ ଯାଉଛି ଧ୍ୱଂସ ,

ସାହା ମାତ୍ର ଏବେ ନିଳାଦ୍ରୀ ବିହାରୀ

ଚାହିଁଲେ ରହିବ ବିଶ୍ଵ ।


Rate this content
Log in