Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

କଳିରେ ଅପରାଧ

କଳିରେ ଅପରାଧ

1 min
678


ଭଲା କଳିକାଳ ହେଲାରେ

ଅପରାଧୀ ବୁଲେ ଖୋଲା ବଜାରରେ

ନିରପରାଧ ତ ମଲାରେ |

ଚୋର ମୁହଁ ଭାରି ଟାଣରେ

ପାଟି ତା ବାଟୁଳି ବନ୍ଧୁକରୁ ବଳି

ମାରୁଛି ଓଲଟା ବାଣରେ |

ଅପରାଧ ଖୋଲାଖୋଲିରେ

ନେତା ବାହୁବଳୀ ହେଲେ କୋଳାକୋଳି

ଜନତା ପଡ଼ନ୍ତି ବଳୀରେ |

ଆଇନର ଦାଢ଼ ନାହିଁରେ

ଦୋଷୀ ଲୁଚକାଳି ଖେଳୁଛି ନିର୍ଭୟେ

ଦୁଃସାହସ ବଢ଼ୁ ଥାଇରେ |

ମଦର ପ୍ରସାର ତାଳେ ରେ 

ଅପ୍ରାଧ ସାମ୍ରାଜ୍ୟ ଆତଙ୍କର ରାଜ

ବଢୁଅଛି ବଳେ ବଳେରେ |

ବଢ଼େ ଯୌନ ନିର୍ଯ୍ୟାତନା ରେ

ନାରୀ ଜାଗରଣ ଲାଗେ ଅକାରଣ

ଅଵଳାର ବିଡ଼ମ୍ବନାରେ |

ଛବିରାଣୀ ଠୁଁ ନିର୍ଭୟାରେ 

ପରୀଠୁ ମମିତା ହୋଇଲେ ଧର୍ଷିତା

ନାରୀ ସଦା ଅସହାୟା ରେ |

ଆଇନ ହୁଅନ୍ତା ଶକ୍ତରେ 

ଗଣ ବଳତ୍କାର ଧର୍ଷଣ ବିଚାର

ହୋନ୍ତା ଖୋଲା ରଙ୍ଗମଞ୍ଚରେ |

ଭୀଷଣ ଦଣ୍ଡ ମିଳନ୍ତା ରେ

ଯାହାର ଦର୍ଶନେ ଭୟ କରିମନେ 

ଶହେବାର ସେ ଭାବନ୍ତା ରେ |

ମଦ ବନ୍ଦ ଅଭିଯାନରେ

ଗଣ ଆନ୍ଦୋଳନ ଅତି ପ୍ରୟୋଜନ

ଦେଶବାସୀ ରଖ ଧ୍ୟାନରେ |


Rate this content
Log in

Similar oriya poem from Inspirational