STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

କଳିଅଳି ପ୍ରଣୟ ଗାଥା

କଳିଅଳି ପ୍ରଣୟ ଗାଥା

1 min
219

ଭ୍ରମର ଗାଏ ଗୁଣୁ ଗୁଣୁ ଗୀତ ଫୁଲକୁ ରସିବା ପାଇଁ।ପୁଷ୍ପକଳିକାର ମୋହି ନେଇ ମନ କରିଦିଏ ତାକୁ ବାଇ। ପ୍ରମୋଦ ଉଦ୍ୟାନେ ଭ୍ରମୁଥାଏ ଅଳି କପଟେ ପୁଷ୍ପତନୁସ୍ପର୍ଶ ଲଭିବା ପାଇଁ।

ମାତ୍ର ପୁଷ୍ପକୁମାରୀ ସରଳ ବିଶ୍ୱାସୀ ଫଁସି ଯାଏ ଅଳିଚାଟୁସୁରେ ମିଶିବାକୁ ହୁଏ ହାଁଇ ପାଇଁ।

ଢାଳି ଦେଇ ତନୁମନପ୍ରାଣ ଅଳିଚରଣେ ସତ୍ ପ୍ରଣୟ ତାଳେ। ସମର୍ପି ଦିଏ ତାର ପୁଷ୍ପକୁମାରୀତ୍ୱମଧୁ ସକାଳେ।

ଶୋଷିଦେଇ ସବୁମଧୁ କାଂଗାଳ କରିଦିଏ ଫୁଲକନ୍ୟାକୁ ସେଇ କପଟି ଅଳି।

ଛାଡ଼ିଯାଏ ତାକୁ ପ୍ରମୋଦ ଉଦ୍ୟାନେ ଉଡ଼ିଯାଏ ସେ ତ ଦୁର ଦିଗ୍ ବଳୟେ ଖୋଜିବାକୁ ନୂଆ କଳି।

ଅଶ୍ରୁଭିଜା ଆଖିରୁ ଝରାଇ ଚାଲେ ଫୁଲକୁମାରୀ ଭାଳି ଭାଳି ଅଳିକଥାକୁ।

ଅଳିର ଭଣ୍ଡାମୀ ପଡ଼ିଯାଏ ଧରା ଆଦୋରି ନିଏ କଳି ଅରଣ୍ୟରୋଦନକୁ।

 ବଗିଚାସମାଜେ ହୁଏ ବିଦୂପେ ଶୀକାର ଫୁଲକୁମାରୀ।ସହି ପାରେନା ସେ ବିରହ ଯନ୍ -ତ୍ରଣା ଶେଫାଳିକୃତ୍ସରଟନା ଅକାଳେ ପଡ଼େ ଝାଉଁଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics