Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

କଳିଆ ପାଇଁ କବିତାଟିଏ

କଳିଆ ପାଇଁ କବିତାଟିଏ

1 min
2


     


କାଳିଆ ପାଇଁ କବିତାଟିଏ

          ଲେଖୁଛି ମୁଁ ଲୁହର କାଳିରେ

ମନର କଲମ କାଗଜରେ

ଭକ୍ତି ଭାବ ରଖି ହୃଦୟରେ 

          ଶୁଭ ଚିନ୍ତି ପବିତ୍ର ପ୍ରାଣରେ 

ପଢ଼ିବୁ ନିଶ୍ଚିତ ଶରଧାରେ ।


ତୋର ଦିଆ ଏ ଜୀବନ ମୋର

        ବନ୍ଧା ଅଛି ପରା ତୋର ଠାରେ

ଗୁହାରି କରିବି କାହା'ଠାରେ

ଦେଇଛୁ ଜ୍ୟୋତି ଏ ନୟନରେ

        ଦେଖୁଛି ସବୁ ସାରା ଜଗତରେ

ତୋ ବିନା ଆଉ ନାହିଁ କେହିରେ।


କାଳିଆ ପାଇଁ କବିତାଟିଏ.

ଏ ଜୀବନ ଡୋରି ତୋ ହାତରେ

        ଚଳାଇ ନେଉ ଚଲା ବାଟରେ

ଯେଣେ ଚାହୁଁ ତେଣେ ତୋ ଇଚ୍ଛାରେ

ଦୁଃଖ ସୁଖ ଯା' ଦେଉ ଖୁସିରେ

         ସହି ଯାଏ ମୁଁ ମଥାପାତିରେ

କରିନି କେବେ ପ୍ରତିବାଦରେ ।


କାଳିଆ ପାଇଁ କବିତାଟିଏ.

ତୁ ଜନ୍ମଦାତା କର୍ମ ଦାତାରେ

        ଭାଗ୍ୟ ବିଧାତା ସବୁ ତୁହିରେ 

କ'ଣ ଆଉ ମାଗିବି ତୋତେରେ

ତୋ ଯଶ ସୁନାମ ତୁ ରଖିରେ

         କରୁ ଯା' ଉଚିତ ବିଚାରରେ

ମୋ ଅଭିଯୋଗ କିଛି ନାହିଁରେ ।

କାଳିଆ ପାଇଁ କବିତାଟିଏ


      

       


Rate this content
Log in

Similar oriya poem from Abstract