Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4  

Jagannath Barik

Abstract

କଳାନିଧି କଳାହାତୀ

କଳାନିଧି କଳାହାତୀ

1 min
253


କଳାନିଧି କଳାହାତୀ

କଳା କଳେବର କଜ୍ଜଳ କାନ୍ତି,

କଳାପ ଛତି,

କମଳିନୀ ପ୍ରାଣପତି ।

କାମୀ କାମିନୀ ମେଳିଆ

କାଳିନ୍ଦୀ କୂଳିଆ ଘନ କାଳିଆ

କାଳୀ ଦଳିଆ,

କାଇଞ୍ଚ କାଚ ମାଳିଆ ।

କିଶଳୟ କାନ୍ତି ଜିତ

କିରଙ୍ଗରେ ନାଚି କର ମୋହିତ

କିବା ବିଚିତ୍ର

କିଣ ଜବାଧରୀ ଚିତ୍ତ ।

କୁଳବଧୂ ତେଜି ବ୍ରୀଡ଼ା

କୁଞ୍ଜ ବନେ ଯାଇ ହୁଅନ୍ତି ଛିଡ଼ା

କୁଧରେ କ୍ରୀଡା

କୁଶାସନେ,ଶକ୍ରେ ପୀଡ଼ା ।

କୃପାଳୁ ରାଧାରମଣ

କୃଷ୍ଣା ଲଜ୍ଜା କରିଥିଲ ବାରଣ p

କୃଷ୍ଣମୋହନ

କୃଶାନୁକଲ ଭକ୍ଷଣ ।

କେଶବ କଂସାରି ହରି

କେତେ ଲୀଳାକର ମର୍ତ୍ତ୍ୟେ ବିହରି

କେ ପାରେ କଳି

କେଳିକଳା କଉଶଳୀ ।

କୈବଲ୍ୟ ମୁକତି ଦାତା

କୈଟଭ ମେଦରେ କ୍ଷିତି ନିର୍ମାତା

କୈବର୍ତ୍ତ ତ୍ରାତା

କୈତବେ ଖଳ ନିହନ୍ତା ।

କୋପ କୃପା ଯା ସୁଷମ

କୋଦଣ୍ଡ ଧାରଣ ପୁରୁଷୋତ୍ତମ

କୋଟି ପ୍ରାକ୍ରମ

କୋଶଳୁ ଲଙ୍କାତିକ୍ରମ୍ୟ ।

କୌସ୍ତୁଭ କଣ୍ଠ ପଦକ

କୌରଵ ଦଳା କୌନ୍ତେୟ ପାଳକ

କୌଣପ ପର

କୌମୁଦୀଧର ଉଦ୍ଧର ।



Rate this content
Log in

Similar oriya poem from Abstract