କଳାକାର
କଳାକାର
ଦୂନିଆଁ ର ରଙ୍ଗ ମଂଚରେ
ଆମେ ସମସ୍ତେ ଜଣେ ଜଣେ କଳାକାର
ପ୍ରତ୍ୟେକ ମନୁଷ୍ୟ ମନରେ
ଭରି ରହିଛି କିଛି ନା କିଛି କଳା ର ଚାତୁର୍ଯ୍ୟ .
ନିଜର ବୁଦ୍ଧି ଓ ପରିଶ୍ରମ
ଟାଣିନିଏ ତାକୁ ଉନ୍ନତି ର ଚରମ ସୀମା କୁ
ଅସମ୍ଭବ ବୋଲି କିଛି ନାହିଁ ମନୁଷ୍ୟ ଜୀବନେ
ସେ ହସିପାରେ ହସାଇ ପାରେ
ଜଳିପାରେ ଜଳାଇ ପାରେ
କାନ୍ଦିପାରେ କନ୍ଦାଇ ପାରେ l
କେତେବେଳେ ଫୁଟବଲ୍ ଧରି
ପଡିଆରେ ଖେଳୁଥାଏ ଡହ ଡହ ଖରାସାଙ୍ଗେ
ପୁଣି କେତେବେଳେ !
ଲାପଟପ୍ ଧରି କାମ କରେ
ଶୀତତାପ ନିୟନ୍ତ୍ରଣ କୋଠରୀ ଭିତରେ
କାହାକୁ ଖେଳ ର ନିଶାରେ
ପ୍ରଚଣ୍ଡ ଖରା ବି କାଟେନି .
ତ କିଏ ଥର ଥର ଶୀତ ରାତିରେ ବି
ଲାପ ଟପ୍ ଧରି ବସିଯାଏ ଘଣ୍ଟା ପରେ ଘଣ୍ଟା
ନିଷ୍ଠା ଓ ବିଶ୍ବାସ
ବଳରେ ଜିଣି ପାରେ ସିଏ ସମଗ୍ର ଦୁନିଆଁ l
