STORYMIRROR

Anirudha Kund

Romance

2  

Anirudha Kund

Romance

କଳା ଠାକୁର ୧

କଳା ଠାକୁର ୧

1 min
150

କାଉ ତ କଳା କୋଇଲି କଳା

  କଳା କଜଳପାତି

କଳା ତ କଳା କାଳିଆ କଳା

  କଳା ଜଗତପତି


ସଅଳ ଉଠ   ହୁଅ କର୍ମଠ

   ରାବଇ କହେ କାଉ

ମାନିଲେ କଥା ଜଗତ ଜିତା

    ମଠ ନକର ଆଉ


ମଧୁର ତାନେ ସୁଦୁର ବନେ 

   କୋଇଲି ଗାଏ କୁହୁ

ଦଗ୍ଧ ହୃଦୟ   ମୁଗ୍ଧ ହୁଅଇ

   ସକାଳ ହେଉ ହେଉ


କଜଳପାତି ତରକା ଅତି

    ରାବଇ ବାରମ୍ବାର 

 ରାତି ହଟିବ  ଦିନ ଆସିବ

   ଲୁଚିବ କଳା ଅନ୍ଧାର


ରଙ୍ଗରୁପ ଯେ ମାୟା ଚାଦର

   ଗୁଣର ହୁଏ ଆଦର

ଶକ୍ତିରେ ନୁହେଁ ଭକ୍ତିରେ ବନ୍ଧା

   ଆମ କାଳିଆ ସୁନ୍ଦର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance