STORYMIRROR

Ramachandra Bhutia

Abstract Classics Inspirational

3  

Ramachandra Bhutia

Abstract Classics Inspirational

କଳା ଶ୍ରୀମୁଖ

କଳା ଶ୍ରୀମୁଖ

1 min
190

ଷାଠିଏ ପାଉଟି ପାଉନି ଯଦି ରେ

କହ ଦେବି ତୋତେ ମୋ ପେଟ ଦାନା

ପାଟ ପିତାମ୍ବରୀ ନିଅଣ୍ଟ କି ତୋର

ପିନ୍ଧିବାକୁ ମନ ମୋ ଛିଣ୍ଡା କନା


ତୁ ପରା ବୋଲାଉ ଜଗତ ର ନାଥ

ମୋ ଧନ ରେ ତୋର ବଢୁଛି ଲୋଭ

ଦେଲେ ଯେତେ ଦୁଃଖ ଦେଉଥା ରେ ଜାଗା

ନାହିଁ ମୋ ମନ ରେ ଟିକିଏ କ୍ଷୋଭ


ରହିଚୁ ବୋଲି ତୁ ବଡଦେଉଳ ରେ

ହସୁଚୁ କାଳିଆ ରଙ୍ଗ ଅଧରେ

ତୋ ସିଂହ ଦୁଆରେ ନିତି ପରା ଆସି

ମୋ ଆଖି ଲୁହ ର ପ୍ରଦୀପ ଜାଳେ


ସୁଖରେ ଥାଆ ରେ ମୋ କଳା ସାଆନ୍ତ

ନ ଲାଗୁ ରେ ତୋତେ କାହା ନଜର

ମୁଁ ପରା ଗୋଟିଏ ଜନମ ଦୁଃଖୀ ରେ

ଦୁଃଖ ତ ମୋ ପାଇଁ ଅତି ନିଜର


କରିବିନି ମାନ ହେ ଚକାଆଖିଆ

ଦେଲେ ଦେ ପଛେ ନରକ ଦୁଃଖ

ଭୁଲିଯାଉଥିବି ସବୁ ଯାତନା ଯନ୍ତ୍ରଣା

ଦେଖି ଦେଇ ମୋର କାଳିଆ ମୁଖ 


 ନ ଦେ ପଛେ ସୁଖ ଚାହୁଁନାହିଁ ମୋକ୍ଷ 

 ପଡ଼ିଥାଏ ମୁଁ ହୋଇ ପତିତ

 ଦିନ କାଟୁଥିବି ତୋ ବଡ଼ଦାଣ୍ଡ ରେ

 ଦେଖି ଦେଖି ତୋର କଳା ଶ୍ରୀମୁଖ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract