STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

କଳା ଶ୍ରୀମୁଖ

କଳା ଶ୍ରୀମୁଖ

1 min
192


କଳା କଳା ଦିଶେ କାହିଁ ପ୍ରଭୁ ଚକାଡୋଳା

କି ଭାବେ ବର୍ଣ୍ଣିବି ଅପୂର୍ବ ଯେ ଲୀଳାଖେଳା

କର ନାହିଁ କଳା ଶ୍ରୀମୁଖ କୋଳାଅ ଦୁନିଆ

କଳାକାର ଶ୍ରେଷ୍ଠ କଳା କାହ୍ନୁ ଦଗାଦିଆ !!


କମଳାକାନ୍ତ ତବ କରୁଣା ହରେ କୋଟି ପାପ

କୋଟି ସୂର୍ଯ୍ୟ ସମ କାନ୍ତି ଝଲକେ ସେ ରୂପ

କିରୀଟ ସୁବର୍ଣ୍ଣ ଶୋହେ ପ୍ରଭୁ ମସ୍ତକରେ

ହଳଦୀ ପାଟ ଖଣ୍ଡୁଆ ସାଜେ ଶରୀରରେ !!


କୋଟି ବ୍ରହ୍ମାଣ୍ଡ ଈଶ୍ୱର ହେ କରୁଣା ମୟ

କଳି ଯୁଗେ କୃଷ୍ଣ ତୁମେ ସୃଷ୍ଟି ଲୀଳାମୟ

କାମନା କପଟ କ୍ରୋଧ ପୁଣି କଳହ କଳଙ୍କ

କି ରୂପେ କରେ ଦହନ ଦାରୁ ମୂରତି ଚମକ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract