STORYMIRROR

Madhabi Patel

Inspirational

3  

Madhabi Patel

Inspirational

କଳା ରଙ୍ଗ

କଳା ରଙ୍ଗ

1 min
201

କଳାରଙ୍ଗ ମଧ୍ୟେ ସବୁ ରଙ୍ଗ ଲୁଚେ

ରଙ୍ଗଙ୍କର ବାପ ସିଏ।

ଆଉଯେତେ ରଂଗ ତା ସାଥେ ମିଶନ୍ତି

 ସଭିଙ୍କୁ ସେ ଆପଣାଏ।


ଶକ୍ତିର ପ୍ରତୀକ ଅଟେ ଏଇ ରଙ୍ଗ

ଆଧୁନିକତା ସୂଚାଏ।

ମୁହଁରେ ବୋଲିଲେ ଚିହ୍ନା ପଡେନାହିଁ

ଦୁଃଷ୍କର୍ମର ସାଥୀ ହୁଏ।


ଶୋଭାର ଗୁଣକୁ ଉଜାଗର କରେ

ଅନ୍ଧକାରର ଜନନୀ।

କଳା କୋଇଲିର ସୁର ଭାରିମିଠା

ନେଇପାରେ ମନ କିଣି।


ତନ୍ତ୍ରସାଧକର କଳା ରଙ୍ଗ ପ୍ରିୟ

ସାଧନକୁ ଉପଯୋଗୀ।

ସାଧୁ ସନ୍ଥ ପିନ୍ଧି ଏ ରଙ୍ଗବସନ

ହୋଇଥାନ୍ତି ମହାଯୋଗୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational