କଳା ନାଗର
କଳା ନାଗର
ମନ କିଣି ନେଲା କଳା ନାଗର
ନୀଳାଚଳିଆ ସେ ନନ୍ଦ କୁମର
ମୁଲ ଚାଲ କେବେ କରେ ନାହିଁ ସିଏ
ଆଖିରେ ଆଖିରେ କରେ ବେପାର
ସେତ ବଡ଼ ସଉଦାଗର । l0l
ତ୍ରିଭଙ୍ଗୀ ଠାଣି ତା ବାଙ୍କ ଚାହାଣି
ଭକତ ମନକୁ ନିଏ ସେ କିଣି
କିଣା ମନ ତାର ଗଣି ହୁଏ ନାହିଁ
ଅକଳନା ତାର ମନ ଭଣ୍ଡାର
ଦୟାବନ୍ତ ଦୟାସାଗର । l1l
ମନ ଭଣ୍ଡାର ତା ନିର୍ବାଣର ଦ୍ୱାର
ନିର୍ମାଣି ରଖିଛି ତାରେ ନଜର
ନଜରରେ ତାର ମନ ହଜି ଯାଏ
ମିଳଇ ସଂସାରୁ ମୁକତି ଦ୍ୱାର
ପାର ହୁଏ ଭବ ସାଗର । l2l
