କଳା ମେଘ
କଳା ମେଘ
ଘୋଟି ଆସେ
କଳା ମେଘ
ଆକାଶକୁ ଚିରି ,
ବାଟ ବାହୁଡ଼ି
ପକ୍ଷୀ ଦଳ
ଆସନ୍ତିନି ଫେରି ।
ନିରବତା ପୁଣି
ଦିଏ ଭାଙ୍ଗି
ବିଜୁଳିର ନାଦେ ,
ପବନର ବେଗ
ବଢ଼ି ଚାଲେ
ସବୁ ବରବାଦ ।
ବିଲ ବଣ
ଗଛ ଲତା
ପତ୍ର ଯାଏ ଝଢ଼ି,
ଆକାଶରେ କେତେ
ମାଲ ମାଲ
ଧୂଳି କଣା ଉଡ଼ି ।
ଧୋଇ ଦେଇ
ଯାଏ ପୁଣି
ବରଷର ଧାର ,
ମାଟି ଦେହ
ହୋଇ ଓଦା
ଭିଜେ ସରସର ।
