Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4.0  

Jagannath Barik

Classics

କଳା କଳାକର

କଳା କଳାକର

1 min
232



କଳା କଳାକର କଳାପ ଚୂଳା

ସୁମନା ସୁମନା ନେତ୍ର ପିତୁଳା

ବୃଷାଙ୍କ ବୃଷାଙ୍କ ବୃଷାଙ୍କ ପ୍ରିୟ

କମଳ କମଳଧର ସକ୍ରିୟ

କମଳ କମଳପ୍ରିୟା

ପ୍ରିୟ ପ୍ରିୟତମ ପ୍ରିୟକ ପ୍ରିୟକ ପ୍ରିୟକ ପଦକ ହିଆ |(1)

ଜୀମୂତ ଜୀମୂତ ଜୀମୂତ କାନ୍ତି

ଅନଙ୍ଗ ଅନଙ୍ଗ ଅନଙ୍ଗ ଭାତି

ଉର୍ବୀଧର ଉର୍ବୀଧର ଧାରଣ

ନଗବର ନାଗବରେ ଶୟନ

ନାଗ ନାଗ ଦର୍ପ ଦଳା

ନାଗର ନାଗର ନାଗାରି ପତର ନାଗରୀଶ ମନ ଟଳା |(2)

କଟକ କଟକ କଟକ ଶୋଭା

ଅଳକ ଅଳକ ଅଳକ ଲୋଭା

ବାରିଜ ବାରିଜ ବାରିଜାଧର

କୁମୁଦ କୁମୁଦ କୁମୁଦକର

ବିଧୁ ବିଧୁ ସୁଖକର

ସାରଙ୍ଗ ସାରଙ୍ଗ ଶାରଙ୍ଗଶାୟକ ନମୋ ସାରଙ୍ଗପୟର |(3)

ବ୍ରଜ ବ୍ରଜାଙ୍ଗନା ଚିତ୍ତ ରଞ୍ଜନ 

ତିଳକ ତିଳକ ତିଳକ ଧନ

ବିକ୍ରମ ବିକ୍ରମ ତ୍ରିବିକ୍ରମକ

ଶକ୍ର ସକ୍ରନ୍ଦନ ଶୁକ୍ର ପୀଡ଼କ

ଦରଧର ଦରହର

ଜଗନ୍ନାଥ !ଜଗନ୍ନାଥର ଆରତ ନାଶ ଶରଣ ପଞ୍ଜର |(4)


Rate this content
Log in

Similar oriya poem from Classics