STORYMIRROR

ତାରାପ୍ରସାଦ ଜେନା

Classics Others

3  

ତାରାପ୍ରସାଦ ଜେନା

Classics Others

କଳା କହ୍ନେଇ

କଳା କହ୍ନେଇ

1 min
165


ମୋର ସାତ ସପନକୁ ରଙ୍କୁଣୀ ଧନ  .......କଳା କହ୍ନେଇ

ମୋର ସତ ଗୋପନକୁ ଉଚ୍ଚାଟ ମନ .......କଳା କହ୍ନେଇ

..........ମୋର ସାତ ସପନକୁ ରଙ୍କୁଣୀ ଧନ 

                    .......କଳା କହ୍ନେଇ ! ୦ !


ମୋର ସ୍ନେହ ଅନ୍ଧୁଣୀକୁ ଲଉଡ଼ି ଆଶା .......କଳା କହ୍ନେଇ

ମୋର ଭାବ ଛନ୍ଦଣୀକୁ ସରଳ ଭାଷା .......କଳା କହ୍ନେଇ

ମୋର ହସ ଲପନକୁ ମହତ ମାନ   .......କଳା କହ୍ନେଇ

..........ମୋର ସାତ ସପନକୁ ରଙ୍କୁଣୀ ଧନ 

                    .......କଳା କହ୍ନେଇ ! ୧ !


ମୋର ଘର ବସାଣକୁ ସୁଆଗ ରଖା  .......କଳା କହ୍ନେଇ

ମୋର ସର ଲବଣୀକୁ ଜବର ଚଖା  .......କଳା କହ୍ନେଇ

ମୋର ମାୟା ବନ୍ଧନକୁ ପରମ ଦାନ  .......କଳା କହ୍ନେଇ

..........ମୋର ସାତ ସପନକୁ ରଙ୍କୁଣୀ ଧନ 

                    .......କଳା କହ୍ନେଇ ! ୨ !


ମୋର ବଣ ବାଟୁଆକୁ ବଇଁଶୀ ବାଲା  .......କଳା କହ୍ନେଇ

ମୋର ଗଣ ନାଟୁଆକୁ ସାବାସ୍ ପିଲା  .......କଳା କହ୍ନେଇ

ମୋର ପୁଣ୍ୟ ମୋହନକୁ ଉସତ ଦିନ .......କଳା କହ୍ନେଇ

..........ମୋର ସାତ ସପନକୁ ରଙ୍କୁଣୀ ଧନ 

                    .......କଳା କହ୍ନେଇ ! ୩ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics