କଳା କହ୍ନେଇ
କଳା କହ୍ନେଇ




ମୋର ସାତ ସପନକୁ ରଙ୍କୁଣୀ ଧନ .......କଳା କହ୍ନେଇ
ମୋର ସତ ଗୋପନକୁ ଉଚ୍ଚାଟ ମନ .......କଳା କହ୍ନେଇ
..........ମୋର ସାତ ସପନକୁ ରଙ୍କୁଣୀ ଧନ
.......କଳା କହ୍ନେଇ ! ୦ !
ମୋର ସ୍ନେହ ଅନ୍ଧୁଣୀକୁ ଲଉଡ଼ି ଆଶା .......କଳା କହ୍ନେଇ
ମୋର ଭାବ ଛନ୍ଦଣୀକୁ ସରଳ ଭାଷା .......କଳା କହ୍ନେଇ
ମୋର ହସ ଲପନକୁ ମହତ ମାନ .......କଳା କହ୍ନେଇ
..........ମୋର ସାତ ସପନକୁ ରଙ୍କୁଣୀ ଧନ
.......କଳା କହ୍ନେଇ ! ୧ !
ମୋର ଘର ବସାଣକୁ ସୁଆଗ ରଖା .......କଳା କହ୍ନେଇ
ମୋର ସର ଲବଣୀକୁ ଜବର ଚଖା .......କଳା କହ୍ନେଇ
ମୋର ମାୟା ବନ୍ଧନକୁ ପରମ ଦାନ .......କଳା କହ୍ନେଇ
..........ମୋର ସାତ ସପନକୁ ରଙ୍କୁଣୀ ଧନ
.......କଳା କହ୍ନେଇ ! ୨ !
ମୋର ବଣ ବାଟୁଆକୁ ବଇଁଶୀ ବାଲା .......କଳା କହ୍ନେଇ
ମୋର ଗଣ ନାଟୁଆକୁ ସାବାସ୍ ପିଲା .......କଳା କହ୍ନେଇ
ମୋର ପୁଣ୍ୟ ମୋହନକୁ ଉସତ ଦିନ .......କଳା କହ୍ନେଇ
..........ମୋର ସାତ ସପନକୁ ରଙ୍କୁଣୀ ଧନ
.......କଳା କହ୍ନେଇ ! ୩ !