STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

କଲବଲ ହେଉଛି ପ୍ରାଣ

କଲବଲ ହେଉଛି ପ୍ରାଣ

1 min
158


ଭୟାଭୟ ସ୍ଥିତି କରେ ଆତଙ୍କିତ

ଦିଶେ ନାହିଁ ବୁଦ୍ଧି କିଛି,

ପ୍ରଭୁଙ୍କ ଚରଣ କେବଳ ଆଶ୍ରା ହିଁ

ମିଛ ହୁଏ ସବୁ କିଛି।୧।


ଚାରିଆଡ଼େ ନିତି ମୄତ୍ୟୁର ତାଣ୍ଡବ

ଭୟଭୀତ ହୁଏ ମନ,

କ୍ରନ୍ଦନର ସ୍ୱର ଅତି ଭୟଙ୍କର

ବିଚଳିତ ହିଁ ଜୀବନ।୨।


ଧୈର୍ଯ୍ୟ ଦିଅ ପ୍ରଭୁ ବିପଦ କାଳରେ

ଶକ୍ତି ଭରି ଦିଅ ପ୍ରାଣେ,

କର୍ମ କରିବାରେ ସାହସ ହିଁ ଦିଅ

ଜନସେବୁ ଥାଏ ପ୍ରାଣେ।୩।


ଏହି ମହାମାରୀ ଶୀଘ୍ର ତଡି ଦିଅ

ନିରୋଗ ହୁଅନ୍ତୁ ଜନ,

ତୁହି ହିଁ ଭରସା ଆଶାର କିରଣ

ଭଲ କର ପ୍ରଭୁ ଜନ।୪।


ନିରାକାର ପ୍ରଭୁ ନିଶ୍ଚିନ୍ତେ ବସିଛ

ଭାଇ ଭଉଣୀଙ୍କୁ ଧରି,

ରୋଦନର ରାବ ଶୁଭୁ ନାହିଁ କର୍ଣ୍ଣେ

ଦୟାକର ବଂଶୀଧାରୀ।୫।


ବିପଦ ତାରକ ତୁହି ଜଗନ୍ନାଥ

ନିରବେ ବସିଛୁ କିଆଁ,

ଭୟାଭୟ ରୂପ ଦେଖି କି ପାରୁନୁ

ଉଧାର ନ କରୁ କିଆଁ।୬।


ଜଗବନ୍ଧୁ ନାମ ଜଗତେ ବିଖ୍ୟାତ

ବନ୍ଧୁ ପରିଚୟ ଦିଅ,

ଭୟଙ୍କର ରୋଗ କରୋନା ପ୍ରକୋପ

ଶୀଘ୍ର ଦୂର କରି ଦିଅ।୭।


ଦୂର କର ପ୍ରଭୁ ଏହି ଅଭିଶାପ

ଜନତା ଖୁସିରେ ରହୁ,

ଆନନ୍ଦ ଉଲ୍ଲାସ ଭରି ଦିଅ ପ୍ରଭୁ

ଜଗତେ ମଙ୍ଗଳ ରହୁ


ଭୟାଭୟ ସ୍ଥିତ କରେ ଆତଙ୍କିତ

ଦିଶେ ନାହିଁ ବୁଦ୍ଧି କିଛି,

ପ୍ରଭୁଙ୍କ ଚରଣ କେବଳ ଆଶ୍ରା ହିଁ

ମିଛ ହୁଏ ସବୁ କିଛି।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational