STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

କିଟାଣୁ

କିଟାଣୁ

1 min
243

କ୍ଷୁଦ୍ରତମ କିଟାଣୁ ଟିଏ

ହୁଏ ଉନ୍ନତ ଜୀଵ

କେତେ ବାଧା ସହି ,ସୁକ୍ଷ୍ମ ଶରୀରୁ

ଭିନ୍ନତା ନେଇଥିବ


ଏହି ତତ୍ତ୍ୱକୁ ତା'ର ସ୍ୱଭାବରେ

ଚରମ ସିଦ୍ଧାନ୍ତ ନିଏ

ସମୟ ହିଷାବେ ପରିପକ୍ୱରେ

ଜୀଵନ ଜନ୍ମ ଦିଏ


ପ୍ରଥମ ପ୍ରହରୁ, ବାଧା ଅତିକ୍ରମେ

ତତ୍ୱରେ ବିମଗ୍ନ ହୋଏ

ମାତୃ ଗର୍ଭ ରେ ସୁଖ୍ମରୁ' ବିଶାଳ

ଐରାବତ ଦେହ ବହେ


ଧୀର ମନ୍ଥରେ କାୟା ବିସ୍ଥାରି

ମସ୍ତକେ ଭରଇ ଶକ୍ତି

ଜ୍ଞାନ ମାନ ରେ ସଂସାର ଜିତଇ

ରଖି ମନେ ଭାଵ ଭକ୍ତି


କାମ,ଲୋଭର ବଶବର୍ତ୍ତୀ ହୋଇ

ଯେବେ ଭୁଲେ "ଇତି" ମାନ

ଜନ୍ମ ତାହାର,ଅସାର୍ଥକ ହୁଏ

ଭୁଲୋକରେ ହୁଏ ହୀନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract